ବାଲିଘାଟ ଅସ୍ଥାୟୀ ରାସ୍ତାକୁ ପୋଲିସ ଭାଙ୍ଗିବା ଅଭିଯୋଗ

Straight to the Point

ଜଗତସିଂହପୁର(ଓଡ଼ିଶା ଜର୍ଣ୍ଣାଲ): କିଶନଗର ତହସିଲ ଅଧିନସ୍ଥ ବାଙ୍କଳ ବାଲିଘାଟର ଅସ୍ଥାୟୀ ରାସ୍ତାକୁ ରଘୁନାଥପୁର ପୋଲିସ ଆକ୍ରୋସ ମୂଳକ ଭାବେ ସେଠାରେ ପହଂଚି ଉକ୍ତ ଅସ୍ଥାୟୀ ରାସ୍ତାକୁ ଭାଙ୍ଗି ଦେଇଛନ୍ତିବୋଲି ବାଲିଘାଟ ନିଲାମଧାରୀ ପୂରଣ ଓଡପଡା ଗ୍ରାମର କ୍ଷେତ୍ରମୋହନ ନାୟକଙ୍କ ପୁଅ ଉମାଶଙ୍କର ନାୟକ କିଶନଗର ତହସିଲଦାରଙ୍କ ଠାରେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ପ୍ରକାଶ , ଏହି ବାଲିଘାଟକୁ ୮ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାରେ ଉମାଶଙ୍କର ନିଲାମ ନେଇଛନ୍ତି । ଏହି ବାଙ୍କଳ ବାଲିଘାଟଟି କିଶନଗର ଥାନା ଅଂଚଳରେ ରହିଥିବା ବେଳେ ରଘୁନାଥପୁର ଥାନା ପୋଲିସ ମନ୍ଦ ଉଦେଶ୍ୟ ରଖି ସମ୍ପୂର୍ଣ୍ଣ ବେନିୟମ ଭାବେ ବାଲିଘାଟରେ ପ୍ରବେଶ କରି ଅସ୍ଥାୟୀ ଖରାଦିନିଆ ରାସ୍ତାକୁ ଭାଙ୍ଗି ଦେବା ସହିତ ଏହି ବାଲିଘାଟର ୨ଜଣ କର୍ମଚାରୀ ଅଜୟ କୁମାର ରାଉତ , ଶ୍ରୀତମ ମହାନ୍ତିଙ୍କୁ ଧକ୍କା ଓ ମାଡମାରିଛନ୍ତି ବୋଲି ନିଲାମ ଧାରୀ ଅଭିଯୋଗ କରିଛନ୍ତି । ଫଳରେ ଏହି ବାଲିଘାଟରୁ ବାଲି ଉଠୁଥିବା ରାସ୍ତାଟି ଭାଙ୍ଗିଦେବା ଫଳରେ ବର୍ତମାନ ଏହି ଘାଟରୁ ବାଲି ଉଠାଣ ବନ୍ଦ ହୋଇଯାଇଛି । ଏହି ଅଭିଯୋଗ ପାଇ କିଶନଗର ତହସିଲଦାର ସୁପରଭାଇଜର ଯୋଗୀନାଥ ମହାନ୍ତି ଓ ଶିର୍ଲୋ ରାଜସ୍ୱ ନିରିକ୍ଷକ କ୍ଷେତ୍ରମୋହନ ସାହୁଙ୍କୁ ଘଟଣା ପଠାଇ ତଦନ୍ତ କରାଇଛନ୍ତି । ତୁରନ୍ତ ଏହି ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହି ଅଂଚଳବାସୀ ଦାବି କରିଛନ୍ତି ।

error: Thank You Keep Visiting