ମାଘମେଳା ମହୋତ୍ସବ ଚତୁର୍ଥ ଦିବସରେ ୫୦ହଜାର ଲୋକଙ୍କ ସମାଗମ

Straight to the Point

ଜଗତସିଂହପୁର(ଓଡ଼ିଶା ଜର୍ଣ୍ଣାଲ) : ମାଘମେଳା ମହୋତ୍ସବ ଚତୁର୍ଥ ଦିବସରେ ୫୦ହଜାର ଲୋକଙ୍କ ସମାଗମ ହୋଇଥିଲା । ଏହି ଉତ୍ସବରେ ଜାତୀୟ ଭାଷା ସାହିତ୍ୟ ଓ ସାଂସ୍କୃତି ଅନୁଷ୍ଠାନ ଆଗାମୀ ଓଡିଶା ଏବଂ ମାଘମେଳା ମହୋତ୍ସବ କମିଟିର ମିଳିତ ଆନୁକୂଲ୍ୟରେ ଗତ କାଲି ରାତିରେ ପୁଲ୍୍ଓା୍ୱମା ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ସହିଦ ଯବାନ ମାନଙ୍କ ଆତ୍ମାର ସଦ୍ଗତି ପାଇଁ ଦୁଇମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହିତ ମହବତୀ ଜଳାଇ ଶ୍ରଦ୍ଧାଂଜଳି ଦିଆଯାଇଥିଲା । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ମାଧ୍ୟ୍ୟମିକ ଶିକ୍ଷା ପରିଷଦ ପୂର୍ବତନ ଡେପୁଟି ସେକ୍ଟେଟେରି ରବିନ୍ଦ୍ର କୁମାର ମହାପାତ୍ର ଯୋଗଦେଇ ପାକିସ୍ଥାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ ।

ଏଥିରେ ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ୱାଇଁ ପୋ÷÷ରହିତ୍ୟ କରି କହିଲେ ଯେ ସମଗ୍ର ବିଶ୍ୱରେ ଆତଙ୍କବାଦୀମାନେ ନିରୀହ ଲୋକ ଓ ଯବାନ ମାନଙ୍କୁ ସହିଦ କରୁଛନ୍ତି,ଏହାକୁ ପାକିସ୍ଥାନ ପ୍ରୋତ୍ସହନ ଦେଉଛି ଏଥିପାଇଁ ପାକିସ୍ଥାନକୁ ଉପଯୁକ୍ତ ଶାସ୍ତି ଦିଆଯିବା ଆବଶ୍ୟକ ବୋଲି କହିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଏସ୍.ଏ.ଏନ୍. କଲେଜର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ ଯୋଗଦେଇଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ଆଗାମୀ ଓଡିଶା ଉପସଭାପତି ମାନସ ଅଧ୍ୟାପକ ଶରତ କୁମାର ରାଉତରାୟ ଯୋଗଦେଇ ଆତଙ୍କବାଦ ବିରୋଧରେ ସମଗ୍ର ବିଶ୍ୱ ଏକ୍ଜୁଟ ହୋଇଛିବୋଲି କହିଥିଲେ ।

ଏଥିରେ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ୍ ପ୍ୟାରିମୋହନ ପଟ୍ଟାନାୟକ,ପଣ୍ଡିତ ଶିବତ୍ସ ଦାସ ମହାପାତ୍ର ଶିକ୍ଷାବିତ୍ ପ୍ରାଣକୃଷ୍ଣ ନାୟକ,ଅଧ୍ୟାପକ ଆଶିଷ ଚକ୍ରବତୀ,ସମାଜସେବୀ ଅଶୋକ କୁମାର ଦାସ(ଯୁବୁଦା), ରାଷ୍ଟପତି ପୁରଷ୍କାର ପ୍ରାପ୍ତ ପୂର୍ବତନ ପ୍ରଧାନ ଶିକ୍ଷକ ବାବାଜୀ ଚରଣ ସାହୁ,ଏନ୍.ସି.ସି.ଅଫିସର ରାଜକିଶୋର ସାହୁ,ସମାଜସେବୀ ବିଜନ ମହାପାତ୍ର,ସାମ୍ବାଦିକ କଲ୍ୟାଣ ସେନ୍, ପ୍ରଦୀପ୍ତ ନାୟକ, ଶିକ୍ଷକ ନିର୍ମଳେନ୍ଦୁ ସୋମ୍ ପ୍ରମୁଖ ଯୋଗଦେଇ ଆଗାମୀ ଓଡିଶା ଏବଂ ମାଘମେଳା ଉତ୍ସବ କମିଟି ପକ୍ଷରୁ ସହିଦ ମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଂଜଳି ଦିଆଯିବା ସହିତ ଜଗତସିଂହପୁର ଜିଲ୍ଲାର ନାଉଗାଁ ପାରିଶିଖର ଗ୍ରାମର ଯବାନ ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲାର ନିଆଳି ବ୍ଲକର ଗଜାବର ଗ୍ରାମର ଯବାନ ମନୋଜ ବେହେରା ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବାରୁ ସେହି ଦୁଇ ଓଡିଆ ବୀର ସହିଦଙ୍କ ପାଇଁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

error: Thank You Keep Visiting