କୋଲ ୱାସେରୀକୁ ପ୍ରଗତୀ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ବିରୋଧ

Straight to the Point

ତାଳଚେର(ଓଡ଼ିଶା ଜର୍ଣ୍ଣାଲ) ତାଳଚେର କୋଲୱାସେରୀ ଗୁଡିକ ଯୋଗୁଁ ଭୟଙ୍କର ପ୍ରଦ୍ୟୁଷଣ ନିରାକରଣ ସମ୍ବନେ୍ଧ ଆଜି ତାଳଚେର ଉପଜିଲ୍ଲାପାଳଙ୍କୁ ପ୍ରଗତୀ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ରରେ ତାଳଚେର ଅଂଚଳରେ ଗ୍ଲୋବାଲ, ଆରିୟାନ୍, ସ୍ପେଟ୍ରମ୍ ଓ କେ.ଆର ଏଣ୍ଟରପ୍ରାଇଜେସ୍, ଆଦି କୋଲୱାସେରୀ ଗୁଡିକ ଏମ୍.ସି.ଏଲ୍ ତଥା ଗ୍ରାମାଞ୍ଚଳ ନିକଟରେ ଥିବାରୁ ଏଠାରୁ କୋଇଲା ଗୁଣ୍ଡ ଉଡି କୂଅ, ପୋଖରୀ, ନଦି, ନାଳ ଓ ଜଳରେ କୋଇଲା ଗୁଣ୍ଡ ପଡି ଏକ ଆସ୍ତରଣ ସୃଷ୍ଟି ହେଉଛି । ଏହି ଜଳରେ ଲୋକମାନେ ଗାଧୁଆ, ପାଧୁଆ କରୁଥିବାରୁ ବିଭିନ୍ନ ଚର୍ମରୋଗରେ ଆକ୍ରାନ୍ତ ହେଉଥିôବା ବେଳେ ପଶୁପକ୍ଷୀମାନେ ଏହାକୁ ପିଇ ମୃତ୍ୟୁ ମୁଖରେ ପଡିଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ ହୋଇଛି ।

ଅଂଚଳରେ ଥିବା ଚାଷ ଜମିରେ କୋଇଲା ଗୁଣ୍ଡ ପଡିଥିବାରୁ ଚାଷ ସମ୍ପୁର୍ଣ୍ଣ ଉଜୁଡିଯାଇଥିବା ବେଳେ ପାଖରେ ଥିବା ଗଛ ଗୁଡିକ ସୁଖି ନଷ୍ଟ ହୋଇଯାଉଛି ଓ ନୂତନ ଗଛ ସୃଷ୍ଟି ହୋଇପାରୁ ନାହିଁ । ଅତ୍ୟଧିକ ପ୍ରଦ୍ୟୁଷଣ ଯୋଗୁଁ ସ୍ଥାନୀୟ ବାସିନ୍ଦାମାନେ ହୃଦରୋଗ, ଶ୍ୱାସରୋଗ, ଫୁସ୍ଫୁସ୍ ସଂକ୍ରମଣ ଓ ଚକ୍ଷୁରୋଗରେ ଆକ୍ରାନ୍ତ ହେଉଛନ୍ତି । ଆଖିରେ ଧଳାର ଏକ ଆସ୍ତରଣ ପଡିଯାଉଛି ଯାହାକି ପ୍ରଦ୍ୟୁଷଣ ଯୋଗୁଁ ହେଉଛି ବୋଲି ଚକ୍ଷୁ ବିଶେଷଜ୍ଞମାନେ ମତ ଦେଇଛନ୍ତି । କୋଇଲା ପ୍ରସେସିଂରେ ଏକ ଲିକୁଇଡର ବ୍ୟବହାର ଯୋଗୁଁ ଏହାର ଗ୍ୟାସ୍ ବାହାରି ବାୟୁମଣ୍ଡଳରେ ମିଶୁଛି । ଯାହାକି କ୍ୟାନସର ରୋଗ ସୃଷ୍ଟି କରୁଛି । ଆହୁରି ମଧ୍ୟ କୋଇଲା ଧୋଇବା ପରେ କଳାପାଣି ନାଳରେ ଛଡା ଯିବାରୁ ଭୂତଳ ଜଳ ଉପରେ ପ୍ରଭାବ ପଡୁଛି । ବାରମ୍ବର କୋଲୱାସେରୀ ଗୁଡିକ ଯୋଗୁଁ ପ୍ରୁଦ୍ୟଷଣ ସମସ୍ୟାକୁ ନେଇ ରାଜ୍ୟ ଏବଂ ଜିଲ୍ଲା ପ୍ରଦ୍ୟୁଷଣ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିବା ପରେ ବି କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ସଂଘ ପ୍ରକାଶ କରିଛି । ତେଣୁ ୱାସେରୀ ଗୁଡିକ ତୁରନ୍ତ ବନ୍ଦ କରିବା ପାଇଁ ସଂଘ ଦାବି କରିଛି ।

error: Thank You Keep Visiting