ପାଲଲହଡାର ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କଲେ ପୂର୍ତ୍ତମନ୍ତ୍ରୀ

Straight to the Point

ପାଲଲହଡା (ଓଡ଼ିଶା ଜର୍ଣ୍ଣାଲ) : ପାଲଲହଡା କ୍ଲବ୍କୁ ଦିନିକିଆ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ପୂର୍ତ୍ତ ତଥା ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲିକ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କରିଛନ୍ତି । ସମ୍ମାନୀତ ଅତିଥି ଭାବରେ ମାନ୍ୟବର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ତ୍ତବିଭାଗ ପାଲଲହଡାର ସହକାରୀ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲାପରିଷଦଉପାଧ୍ୟକ୍ଷ ଇନ୍ଦ୍ରମଣୀ ଗଡନାୟକ, ବିଜେଡି କାର୍ଯ୍ୟକାରୀ ସଭାପତି ପାଲଲହଡା ବ୍ଲକ୍ ଯୋଗେଶ ଭୁକ୍ତା, ଯୁବ ନେତା ପ୍ରସନ୍ନ ସାହୁ, ସରପଞ୍ଚ ଓ ସମିତି ସଦସ୍ୟଙ୍କ ସହିତ ବୁଦ୍ଧିଜିବୀ ସମ୍ବାଦିକ ଭାଇମାନେ ଉପସ୍ଥିତ ଥିଲେ ।

ପ୍ରକଳ୍ପ ଗୁଡିକ ହେଲା ଇଞ୍ଜିଡି ଠାରୁ କରଡା ଖମଣ ଭାୟା ଲୋହିଲା ରାସ୍ତାର ଉନ୍ନତିକରଣ, ୨- ୪୯ ନମ୍ବର ଜାତୀୟ ରାଜପଥ ଠାରୁ କମରପଲି ରାସ୍ତାର ୧୦ କିମ୍ବା ପର୍ଯ୍ୟନ୍ତ ପ୍ରସସ୍ତିକରଣ ଓ ସୁଦୃଢ଼ିକରଣ, ୩- ନୁଥୁଲି ପଶି – ପଙ୍ଗାତିରା ରାସ୍ତାର ୨ କି.ମି. ଠାରେ ଅନ୍ଧାରୀ ସେତୁ, ୪- ବନଦିରା ପାହାଡ ଠାରୁ ପରା ରାସ୍ତା (ମଇଧରପୁର ଓ କଂସ ର ଅଂଶ) ରାସ୍ତାର ୧୦/୫୦୦ କିମି ରାସ୍ତା ଶୁଭ ଉଦ୍ଘାଟନ, ୫- ପାଲଲହଡା ଉପଖଣ୍ଡ ଚିକିତ୍ସାଳୟର କର୍ମଚାରୀଙ୍କ ନିମନ୍ତେ ୧୦ ଗୋଟି ‘ଇ’ ଟାଇପ୍ ବାସଗୃହ ନିର୍ମାଣ ର ଶୁଭ ଉଦ୍ଘାଟନ, ୬- ବନଜିରା ପାହାଡ ଠାରୁ ପରା ରାସ୍ତା ୧୦/୫୦୦ କିମି ଭିତ୍ତି ପ୍ରସ୍ତର ସ୍ଥାପନ, ୭- ପାଲଲହଡା ଚିକିତ୍ସାଳୟ ର ୩୦ ଶଯ୍ୟା ବିଶିଷ୍ଟ ମା ଓ ଛୁଆ ଚିକିତ୍ସାଳୟର ଭିତ୍ତି ପ୍ରସ୍ତର ସ୍ଥାପନ , ୮- ହରିପୁର ଉଦରାପୁର ରାସ୍ତା ୨/୩୦୦ କିମିର ଶୁଭ ଉଦ୍ଘାଟନ, ୯- ନିର୍ବାଚନ ସୁରକ୍ଷିତ ପ୍ରକୋଷ୍ଠ ଓ ଗଣନା ଗୃହ ପାଲଲହଡାର ଶୁଭ ଉଦ୍ଘାଟନ, ୧୦- ହରିପୁର- ଉଦରାପୁର ରାସ୍ତାର (ଉଦରାପୁର ଅଂଶ) ୩/୫୦୦ କିମି ଠାରୁ ୫/୨୫୦ କିମି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ଇତ୍ୟାଦି କରିଥିଲେ । ଏହି ୧୦ ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ ଏକା ଦିନରେ ହୋଇଥିବା ଆଲୋଚନାର ବିଷୟ ହୋଇଛି ।

error: Thank You Keep Visiting