ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନ ସଦସ୍ୟାଙ୍କ ଯୋଜନା ସମ୍ପର୍କରେ ଜନସଚେତନତା

Straight to the Point

କେନ୍ଦ୍ରାପଡା (ଓଡ଼ିଶା ଜର୍ଣ୍ଣାଲ)- ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ସଦସ୍ୟା ତଥା ପୂର୍ବତନ ବିଧାୟିକା ଡଃ.ସିପ୍ରା ମଲ୍ଲିକ ଶନିବାର ଅପରାହ୍ନରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦର

ପୁର ରାଜୀବଗାନ୍ଧୀ ସେବାକେନ୍ଦ୍ର ନିକଟରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ସମ୍ପର୍କରେ ଅନୁଷ୍ଠିତ ଏକ ସଚେତନତା ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଶତାଧିକ ମହିଳାମାନଙ୍କୁ ଏହି ଯୋଜନା ସମ୍ପର୍କରେ ଟିକି

ନିଖି ବୁଝାଇବା ସହିତ ସେମାନଙ୍କର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ଦ୍ୱାରା ପ୍ରଣିତ ବିଭିନ୍ନ ଜନହିତକାରୀ ଯୋଜନା ଗୁଡିକ ବିଷୟରେ ସେମାନଙ୍କୁ ସଚେତନ କରାଇବା ସହ ସେହିସବୁ ଯୋଜନାର ସୁଫଳ ଗ୍ରାମାଚଂଳର ଲୋକମାନେ ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ସେମାନଙ୍କ ସହିତ ବିଷଦ ଭାବରେ ଆଲୋଚନା କରିଥିଲେ ।

ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇପାରିନଥିବା ଗରୀବ ଲୋକମାନେ ଏହି ଅବସରରେ କମିଶନର ସଦସ୍ୟା ଡଃ. ମଲ୍ଲିକଙ୍କୁ ଦରଖାସ୍ତ ଗୁଡିକ ପ୍ରଦାନ କରିଥିଲେ । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଡଃ. ମଲ୍ଲିକ ଆବଶ୍ୟକ ପଦକ୍ଷେପ ଗ୍ରହଣ ନିମନ୍ତେ ନିର୍ଦେଶ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଉପଲକ୍ଷେ ପଂଚାୟତ ମହିଳା ମହାସଙ୍ଘର ସଭାନେତ୍ରୀ ଦ୍ରୈାପଦୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଋଷିକାନ୍ତ ବଳ,ମହେନ୍ଦ୍ର କୁମାର ମିଶ୍ର,ତନୁଜା ଦାସ,ମଞ୍ଜୁଷା ବାରିକ ପ୍ରମୁଖ ଶତାଧିକ ମହିଳା ଓ ପୁରୁଷ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

error: Thank You Keep Visiting