ଗାଦିବ୍ରହ୍ମ ମହିଳା ମହିଳା ମହାବିଦ୍ୟାଳୟର ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଯାପିତ

Straight to the Point

ଜଗତସିଂହପୁର (ଓଡ଼ିଶା ଜର୍ଣ୍ଣାଲ): ଜଗତସିଂହପୁର ବ୍ଲକ ଅଧିନସ୍ଥ କାଦୁଅପଡା ଠାରେ ଥିବା ଗାଦିବ୍ରହ୍ମ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଉଥିବା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ସାଂସ୍କୃତିକ ପରିଷଦ ର ସଦସ୍ୟ ପ୍ରସନ୍ନ ଦାସ ,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅରୁଣ କୁମାର ମହାନ୍ତି,ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥିଭାବରେ ଯୋଗଦେଇ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ର କୌଶଳ ସଂପର୍କରେ ଅବଗତ କରାଇଥିଲେ । ଅଧ୍ୟକ୍ଷା ଡା.ଆରତୀ ମିଶ୍ର ଓ ପ୍ରୋଗ୍ରାମ ଅଫିସର ଆରତୀ ପଣ୍ଡା ନାରୀ ସଶକ୍ତିକରଣ ସଂପର୍କରେ ଆଲୋଚନା କରିଥିଲେ ।

ଅଧ୍ୟାପକ କ୍ଷୀରୋଦ କୁମାର ସାହୁ,ଅଧ୍ୟାପକ ଅଶୋକ କୁମାର ମହାନ୍ତି ,ଅଧ୍ୟାପିକା ନମିତା ନାୟକ ,ବିଦୁଲତା ମିଶ୍ର,ଇରାନୀ ପରିଜା ଓ କର୍ମ·ରୀ ସୁମନ୍ତ ଭୁଷଣ ପଟ୍ଟନାୟକ ,ନିରୋଜ କୁମାର ଦାସ,ବିଜୟକେତନ ଖଟୁଆ,ଶଶାଙ୍କ ଶେଖର ଦାସ,ଇତ୍ୟାଦି କାର୍ଯ୍ୟକ୍ରମ ପରି·ଳନା କରିବାରେ ସହାୟତା କରିଥିଲେ । ଆତ୍ମରକ୍ଷା ପ୍ରଶିକ୍ଷକା ସୁନୀତା ସ୍ୱାଇଁ ,ପୂଜା ସ୍ୱାଇଁ ଦୀପିକା ମଲ୍ଲିକ ସଭାରେ ଉପସ୍ଥିତ ରହି ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅଧ୍ୟାପିକିା ନିରୁପମା ଜେନା ଧନ୍ୟବାଦ୍ ଦେଇଥିଲେ ।

error: Thank You Keep Visiting