ଜଗତସିଂହପୁରଠାରେ କମଲ ଦ୍ୱୀପ ଓ ବିଜୟ ଉତ୍ସବ

Straight to the Point

ଜଗତସିଂହପୁର(ଓଡ଼ିଶା ଜର୍ଣ୍ଣାଲ): ସ୍ଥାନୀୟ ଦେଉଳିଗ୍ରାମେଶ୍ୱର ଠାରେ ଜିଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ କମଲ ଦ୍ୱୀପ ଓ ବିଜୟ ଉତ୍ସବ ପାଳନ କରାଯାଇଛି । ଏଥିରେ ଦେଉଳିଗ୍ରାମେଶ୍ୱରର ମହିଳା ଓ ପୁରୁଷ ତଥା ଗ୍ରାମବାସୀ ଯୋଗଦେଇଥିଲେ । ଏ କାର୍ଯ୍ୟକ୍ରମରେ ପୂର୍ବତନ ବିଜେପି ସଭାପତି ଉପେନ୍ଦ୍ର ନାଥ ବିଶ୍ୱାଳ,ମିଡିଆ ସେଲର ଗଣେଷ ପ୍ରସାଦ ମହାନ୍ତି,ନଗର ସଭାପତି ଅକ୍ଷୟ ପାତ୍ର,ଯୁବମୋର୍ଚ୍ଚାର ସନ୍ଦିପ ବେଉରା,ସୌଭାଗ୍ୟ ରଂଜନ ସ୍ୱାଇଁ,ସୂର୍ଯ୍ୟନାରାୟଣ ନାୟକ,ଅଜୟ ତ୍ରିପାଠୀ,ପ୍ରଦୀପ ଦାସ,ମାଳତି ସ୍ୱାଇଁ,ସ୍ନେହବାଳା ସ୍ୱାଇଁ,ବସନ୍ତ ସ୍ୱାଇଁ,ଜୟଶ୍ରୀ ସ୍ୱାଇଁ,କାବେରୀ ସ୍ୱାଇଁ ପ୍ରମୁଖ ଯୋଗଦେଇ ଭାରତ ମାତା କି ଜୟ ଧ୍ୱନୀ ଦେଇଥିଲେ । ସେହିପରି ବଡବାଗର କାହ୍ନୁ ସେଠୀ ଓ ସରଳା ମଲ୍ିକଙ୍କ ନେତୃତ୍ୱରେ ବିଜୟ ଉତ୍ସବ ପାଳନ କରାଯାଇଥିଲା । ପିତେଇପୁର ଠାରେ ବିଜନ ନାୟକଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ଗ୍ରାମବାସୀ ବିଜୟ ଉତ୍ସବ ପାଳନ କରିଥିଲେ । ମଣ୍ଡାସାହି ପ୍ରଭାରୀ ରଂଜିତ୍ ମହାନ୍ତିଙ୍କ ନେତୃତ୍ୱରେ ବିଜୟ ଉତ୍ସବ ପାଳନ କରାଯାଇଛି ।

error: Thank You Keep Visiting