ନିର୍ମାଣ ଶ୍ରମିକଙ୍କୁ ସାଇକେଲ ଓ ଯନ୍ତ୍ରପାତି ପ୍ରଦାନ ଦାବିରେ ବିବିଧ କେନ୍ଦ୍ରିୟ ଶ୍ରମିକ ସଂଗଠନର ବିକ୍ଷୋଭ

Straight to the Point

ଜଗତସିଂହପୁର (ଓଡ଼ିଶା ଜର୍ଣ୍ଣାଲ): ଜଗତସିଂହପୁର ଜିଲ୍ଲାରେ ନିର୍ମାଣ ଶ୍ରମିକ ମାନଙ୍କର ପଞ୍ଜିକରଣ କ୍ଷେତ୍ରରେ କାର୍ଯ୍ୟକରୁଥିବା ବିବିଧ କେନ୍ଦ୍ରିୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଜିଲ୍ଲା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟଳୟକୁ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନିର୍ମାଣ ଶ୍ରମିକ ମାନଙ୍କୁ ସାଇକେଲ,ଯନ୍ତ୍ରପାତି ଓ ନିରାପତ୍ତା ଉପକରଣ ପ୍ରଦାନ ପାଇଁ ଜିଲ୍ଲାପ୍ରଶାସନ ମନା କରିଦେଇଥିବାରୁ କେନ୍ଦିୟ ଶ୍ରମିକ ସଂଗଠନ ମାନେ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ସିଆଇଟିୟୁର ସଭାପତି ଲୋଭାକାନ୍ତ ସ୍ୱାଇଁ ଯୋଗଦେଇ ତାଙ୍କ ବକ୍ତବ୍ୟରେ କହିଥିଲେ ୨୦୧୬ମସିହାରୁ ନିର୍ମାଣ ଶ୍ରମିକ ପକ୍କାଗୃହ ଯୋଜନାର ସୁଫଳ ପ୍ରଦାନ କରାଯାଇନାହିଁ । ଏପରିକି ପଡୋଶି ଜିଲ୍ଲା କଟକ ସମେତ ରାଜ୍ୟରେ ପର୍ଯ୍ୟାପ୍ତ ସାଇକେଲ ବେନିଫିଟ ପ୍ରଦାନ କରାଯାଉଥିବା ବେଳେ ଜଗତସିଂହପୁର ଜିଲ୍ଲାର ନିର୍ମାଣ ଶ୍ରମିକ ମାନେ ଜୀବନ କାଳମଧ୍ୟରେ ଥରେ ପାଉôତବା ଏହି ସହାୟତାପାଇବାରୁ ବଞ୍ôଚତ ହୋଇଛନ୍ତିଏହି ସମସ୍ୟା ର ସମାଧାନ କ୍ଷେତ୍ରରେ ଜିଲ୍ଲା ପ୍ରଶାସନ ଉଦାସିନତା ଜିଲ୍ଲାର ଶ୍ରମିକ ମାନଙ୍କୁ ହତାସ୍ କରିଛି ।

ତେଣୁ ନିର୍ମାଣ ଶ୍ରମିକ ମାନଙ୍କୁ ସେମାନଙ୍କର ସାଇକେଲ ,ଯନ୍ତପାତି ଇତ୍ୟାଦି ଖୁବଶିଘ୍ର ପ୍ରଦାନ କରାନଗଲେ ନିର୍ବାଚନ ପୂର୍ବରୁ ଶ୍ରମିକ ମାନେ ଆନଦୋଳନକୁ ଓହ୍ଲେଇବେ ବୋଲି ଚେତାବନି ଦେଇଥିଲେ । ଏଆଇୟୁଟିସିର ସଭାପତି ପ୍ରଦୀପ୍ତ ରାମ ଯୋଗଦେଇ କହିଥିଲେ ଅଦ୍ୟାବଧି ପଡିରହିଥିବା ସାଇକେଲ,ଯନ୍ତ୍ରପାତି ଓ ନିରାପତ୍ତା ଉପକରଣ କିଣିବା ନିମନ୍ତେ ନର୍ମାଣ ଶ୍ରମିକ ମାନଙ୍କୁ ଅବିଳମ୍ବେ ପ୍ରଦାନ କରାଯାଉ,ଯାଞ୍ଚ ସରିଥିବା ପଞ୍ଜିକରଣ ଦରଖାସ୍ତ ଗୁଡିକର କାର୍ଡ ତୁରନ୍ତ ପ୍ରଦାନ କରିବା ସହିତ ୨୦୧୪ଠାରୁ ପଞ୍ଜିକରଣ ପାଇଁ ପଡିରହିଥିବା ଦରଖାସତ ଗୁଡିକ ଏକମାସ ମଧ୍ୟରେ ଫଏସଲା କରାଯାଉ,ନିର୍ମାଣ ଶ୍ରମିକ ମାନଙ୍କର ଶିକ୍ଷାସହାୟତା, ବିବାହ,ମୃତୁୟ ସହାୟତା ଆବେଦନ ଗୁଡିକ ନିୟମିତ ମଞ୍ଜୁର କରାଯାଉ ବୋଲି କହିଥିଲେ ।

ଏଆଇଟିୟୁସିର ସୋମନାଥ ଗିରି କହିଥିଲେ ପୂର୍ବରୁ ମଞ୍ଜୁର ହୋଇଥିବା ଆରଟିଜିଏସ ହୋଇ ପାରିନଥିବା ବିବିଧ ବେନିଫିଟ ଅର୍ଥ ହିତାଧିକାରୀ ଙ୍କୁ ପ୍ରଦାନ କରାଯାଉ ।ଏଚଏମଏସର ଜ୍ୟୋତିରଂଜନ ମିଶ୍ର,ଆଇଏନଟିୟୁସିର ଶୁଶାନ୍ତ କୁମାର ବେହେରା ,ଏଏମଏନଏସଏସ ର ରତ୍ନାକର ସ୍ୱାଇଁ ,ଏଆଇଟିୟୁସିର ସୁବାଷ ଚନ୍ଦ୍ର ମହାପାତ୍ର.ସିଆଇଟିୟୁର ବେଣୁଧର ବାରିକ,କୃଷ୍ଣଚନ୍ଦ୍ର ବସ୍ତିଆ,ଶରତ ବେହେରା ପ୍ରମୁଖ ଶତାଧିକ ନିର୍ମାଣ ଶ୍ରମିକ ଯୋଗଦେଇ ପ୍ରଶାସନର ଏଭଳି ଟାଳଟୂଳନୀତିକୁ ସମାଲୋଚନା କରିବା ସହ ତୁରନ୍ତ ବେନିଫିଟ ପ୍ରଦାନ କରିବାକୁ ଅଡି ବସିଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ଜଗତସିଂହପୁର ବିଡିଓ ଲଗ୍ନଜିତ ରାଉତ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟର ପହଞ୍ôଚ କେନ୍ଦ୍ରିୟ ଶ୍ରମିକ ସଂଗଠନର କମକର୍ତ୍ତାମାନଙ୍କୁ ଏକ ଲିଖିତ ପ୍ରତିଶୃତି ଦେଇଥିଲେକି ନିର୍ବାଚନ ପରେ ପରେ ନିର୍ମାଣ ଶ୍ରମିକ ମାନଙ୍କର ବେନିଫିଟ ତୁରନ୍ତ ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେବାପରେ ଧାରଣା ହଟିଥିଲା ।

error: Thank You Keep Visiting