ପଲ୍ଲୀ ପଞ୍ଚାୟତରେ ବିଭିନ୍ନ ଉନ୍ନୟନ କାର୍ଯ୍ୟର ଶୁଭ ଉଦ୍ଘାଟନ

Straight to the Point

ଜଗତସିଂହପୁର(ଓଡ଼ିଶା ଜର୍ଣ୍ଣାଲ): ଜଗତସିଂହପୁର ବ୍ଲକ ଅଧିନସ୍ଥ ପଲ୍ଲୀପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦ୍ଘାଟନ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବିରୋଧିଦଳ ଉପନେତା ତଥା ଜଗତସିଂହପୁର ବିଧାୟକ ଚିରଞ୍ଜୀବ୍ ବିଶ୍ୱାଳ ଯୋଗଦେଇ ପୋଥପଡା ଗ୍ରାମର କପିଳେଶ୍ୱର ମହାଦେବ ମନ୍ଦିର ମୁଖ ଶାଳା ,ସାହାଡା ସୁନ୍ଦରୀ ଠାକୁରାଣୀଙ୍ରକ ନୂତନ ଗୃହ,ମହାକାଳେଶ୍ୱର ମନ୍ଦିର ଶ୍ରୀରାମ ମଣ୍ଡପ,ସିଙ୍ଗିପୁର ମୁସଲମାନ ସହିର ଦରଘା ସାହେବ ବୁଢାପୀର ପ୍ରାର୍ଥନା ଗୃହ,ସିଙ୍ଗିପୁର କଂକ୍ରିଟ ରାଉସ୍ତା ,ବ୍ରଜକିଶୋର ମନ୍ଦିର ପୁନଃରୁଦ୍ଧାର କାର୍ଯ୍ୟର ଶୁଭ ଉଦ୍ଘାଟନ କରିବାସହିତ ମହାକାଳେଶ୍ୱର ଗ୍ରାମର ହରିନାଥ ଗାଦିଗୃହର ଭିତ୍ତିପ୍ରସ୍ତର ସ୍ଥାପିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ,ଜିଲ୍ଲା କାର୍ଯ୍ୟକାରୀ ସଭାପତି ଶ୍ରୀଚରଣ ରାଉତ,ବରିଷ୍ଠ କଂଗ୍ରେସ ନେତା ପ୍ରସନ୍ନ ସାମନ୍ତରାୟ,ଯୁବକଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ,ଯୁବନେତା ଆଲୋକ ଖୁଣ୍ଟିଆ,ଲିପକ ସାହୁ,ରମେଶ ଚୌଧୁରୀ,ପ୍ରସନ୍ନ କୁମାର ମୁଦୁଲି,ଜ୍ଞାନରଂଜନ ପୃଷ୍ଟି ପ୍ରମୁଖ ଯୋଗଦେଇଥିଲେ ।

error: Thank You Keep Visiting