ବିଭିନ୍ନ ସ୍ଥାନରେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜନ୍ମଉତ୍ସବ ପାଳିତ

Straight to the Point

ଜଗତସିଂହପୁର (ଓଡ଼ିଶା ଜର୍ଣ୍ଣାଲ): ତିିର୍ତ୍ତୋଲ ଥାନା ଅନ୍ତର୍ଗତ ଓକଲା, ତୁଳଙ୍ଗ ଓ ବାଲିକଣିଠାରେ ଥିବା ସତସଙ୍ଗ ମନ୍ଦିର ପରିସରରେ ସ୍ଥାନୀୟ ଅଞ୍ଚଳର ଭାଇ ଓ ମା ମାନଙ୍କ ସମ୍ମିଳିତି ଉଦ୍ୟମରେ ପରମ ପ୍ରେମ ମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ୧୩୧ ତମ ଆର୍ବିଭାବ ମହୋତ୍ସବ ଶନି ଓ ରବିବାର ଦୁଇ ଦିନ ଧରି ଆଢ଼ମ୍ବରେ ପାଳିତ ହୋଇଯାଇଛି । ପ୍ରତ୍ୟୁଷରୁ ନହବତ, ବେଦ ମାଙ୍ଗଳିକ, ଉଷା କିର୍ତ୍ତନ, ଉତ୍ସବ ଉଦବୋଧନ, ସ୍ୱସ୍ତି ପତାକା ଉତ୍ତୋଳନ, ପ୍ରାର୍ଥନା ପ୍ରଣାମୀ, ଗ୍ରନ୍ଥ ପାଠ, ମାତୃ ସମ୍ମିଳନି, କିଶୋର ସତସଙ୍ଗ, ସଙ୍ଗୀତା ଞ୍ଜଳୀ, ଠାକୁରଙ୍କ ପ୍ରତିକୃତି ସହ ବର୍ଣ୍ଣାଢ଼୍ୟ ଶୋଭା ଯାତ୍ରାରେ ନଗର ସକୀଂର୍ତ୍ତନ, ସତସଙ୍ଗ ଧର୍ମ ସଭାରେ ସଦାଲୋଚନା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି ।

ତୁଳଙ୍ଗ ପଞ୍ଚାୟତର ସତସଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପାଳିତ ହୋଇଥିବା ଉତ୍ସବରେ ପ୍ରବିର ସ.ପ୍ର.ରି. ହରେକୃଷ୍ଣ ଦାସ ସଭାପତିତ୍ୱ କରିଥିବାବେଳେ ସ.ପ୍ର.ରି. ନିରଞ୍ଜନ ପ୍ରଧାନ, ପ୍ରମୋଦ କୁମାର ଦାସ ମୁଖ୍ୟ ଆଲୋଚକଭାବେ ଯୋଗଦେଇଥିଲେ । ଅତିଥିଭାବେ ଏରସମା ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ , କୁଳମଣି ବେହେରା, ଶ୍ୟାମ ସୁନ୍ଦର ପରିଡ଼ା, ଗୋଲେଖ ଚନ୍ଦ୍ର ତାରେଣିଆ, ମୁରଲି ଧର ଦାସ, ନିତ୍ୟାନନ୍ଦ ସ୍ୱାଇଁ, ରବିନ୍ଦ୍ର ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ଓକଲା ସତସଙ୍ଗ ବିହାର ଠାରେ ପାଳିତ ହୋଇଥିବା ଏହି ଉତ୍ସବରେ ଦେଓଘର(ଝାଡ଼ଖଣ୍ଡ) ସତସଙ୍ଗ ଆଶ୍ରମର ନିୟତ କର୍ମୀ ବୋଧି ବ୍ୟାସ ଭଟ୍ଟାଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ବକ୍ତାଭାବେ ଡ଼ା, ଜ୍ୟୋତି ରଞ୍ଜନ ପତି, ଆଶ୍ରମର କର୍ମୀ ଅଲେଖ ଚକ୍ର ଯୋଗଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସ.ପ୍ର.ରି. ଅକ୍ଷୟ କୁମାର ପାଳ, ଲଳିତ ମୋହନ ହୋତା, ସୁରେନ୍ଦ୍ର ନାଥ ଷଢ଼ଙ୍ଗୀ, ସତ୍ୟବାନ ତ୍ରିପାଠୀ, କ୍ଷିରୋଦ ଚନ୍ଦ୍ର ସାହୁ, ବଂଶୀଧର ପଣ୍ଡା, ନିତ୍ୟାନନ୍ଦ ସ୍ୱାଇଁ, ଡ଼ା. ମାନସ ପ୍ରଧାନ, ସୁରେନ୍ଦ୍ର ନାଥ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇଥିଲେ । ପ୍ରମୋଦ ଆଚାର୍ଯ୍ୟ, ଶୁକଦେବ ନାୟକ, ସୁରେନ୍ଦ୍ର ସାହୁ, ପ୍ରେମା ନନ୍ଦ ଦାସ, ଗୁରୁ ଚରଣ ଦାସ, ତ୍ରିବିକ୍ରମ ମହାନ୍ତି, ଶ୍ରୀନିବାସ ଜେନା, ଜ୍ୟୋତି ରଞ୍ଜନ ଦାସ ଓ ସ୍ଥାନୀୟ ଅଞ୍ଚଳର ଭାଇ ଓ ମା ମାନେ ସକିୟ ସହଯୋଗ କରିଥିଲେ । ଅନୁରୂପଭାବେ ବାଲିକଣି ସତସଙ୍ଗ କେନ୍ଦ୍ରଠାରେ ପାଳିତ ଏହି ଉତ୍ସବରେ ବରିଷ୍ଠ ସ.ପ୍ର.ରି. ଡ଼. ବିଜୟ ଖୁଣ୍ଟିଆ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଆଲୋଚକଭାବେ ରବିନ୍ଦ୍ର ନାଥ ରଣା, ଇଂ କବି ଚନ୍ଦ୍ର ମହାନ୍ତି ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସତ୍ୟବାନ ତ୍ରିପାଠୀ, ରତ୍ନାକର ନାୟକ, ଗଦାଧର ବେହେରା, ସାରଦା ପ୍ରସନ୍ନ ଦାଶ, କେଶବା ନନ୍ଦ ଦାସ, ପଣ୍ଡିତ ବିଜୟ ଆଚାର୍ଯ୍ୟ, ଲଳିତ ମୋହନ ହୋତା, ନିରୋଦ ଆଚାର୍ଯ୍ୟ, ଅକ୍ଷୟ କୁମାର ପାଳ, ଶ୍ରୀଧର ପୃଷ୍ଟି, ସରୋଜ କୁମାର ଦାସ, ଶଶିକାନ୍ତ ନାୟକ ପ୍ରମୁଖ ଯୋଗଦେଇଥିଲେ । ସ୍ଥାନୀୟ ଅଞ୍ଚଳର କର୍ମୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବିଭୁତି ଭୂଷଣ ଦାସ ପ୍ରମୁଖଙ୍କ ନେତୃତ୍ୱରେ ଏହି ଉତ୍ସବ ଅନୁଷ୍ଠିତ ହାଇଥିଲା ।

error: Thank You Keep Visiting