ନାଉଗାଁ ବ୍ଲକ୍ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Straight to the Point

ଜଗତସିଂହପୁର(ଓଡ଼ିଶା ଜର୍ଣ୍ଣାଲ): ନାଉଗାଁ ବ୍ଲକ୍ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଯୁଗ୍ମଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ଜିଲ୍ଲାପାଳ ଗୁହା ପୁନମ୍ ତାପସ କୁମାର ଯୋଗଦେଇ ଜନସାଧାରଣଙ୍କର ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣୀ କରିଥିଲେ । ଏହି ଅଭିଯୋଗ ଶିବିରରେ ମୋଟ ୬୨ଟି ଅଭିଯୋଗ ପଂଜିକୃତ ହୋଇଥିଲା । ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସଂପର୍କିତ ୫୪ଟି ଯଥା-ଇନ୍ଦିରା ଆବାସ/ବିଜୁ ପକ୍କାଘର-୧୬ଟି, ରେସନ୍କାର୍ଡ ସଂପର୍କିତ-୧୫ଟି, ଆଇନ ସହାୟତା ସଂପର୍କିତ-୦୩ଟି, ଜମିଜମା ସମସ୍ୟା ସଂପର୍କିତ-୦୬ଟି, ଭତ୍ତା ସଂପର୍କିତ-୦୫ଟିଓ ଅନ୍ୟାନ୍ୟ-୦୯ଟି, ଗାଁ ସମସ୍ୟା ସଂପର୍କିତ-୦୭ଟିି ଦରଖାସ୍ତ ଗ୍ରହଣ କରାଯାଇଥିଲା । ୩୭ଟି ଅଭିଯୋଗର ଶୁଣାଣୀ କରାଯାଇ ସଂଗେ ସଂଗେ ଫଇସଲା କରାଯାଇଥିଲା । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ ସୁଧା ସିଂହ, ବି.ଡି.ଓ ରଶ୍ମିରେଖା ମଲ୍ଲିକ୍, ତହସିଲଦାର ଜେ.କଳ୍ପନା,କ୍ଷେତ୍ରୀୟ ଅଧିକାରୀ, ପଞ୍ଚାୟତ ପ୍ରତିନିଧି, ଭାରପ୍ରାପ୍ତ ଅଭିଯୋଗ ଅଧିକାରୀ ରଞନ କୁମାର ଦାସ ଓ ଜନସାଧାରଣ ଉପସ୍ଥିତ ଥିଲେ ।

error: Thank You Keep Visiting