୩ ଚୋରା ମଦବେପାରୀ ଗିରଫ, ୧୦ଲିଟର ଦେଶି ବିଦେଶୀ ମଦ ଜବତ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ଜଗତସିଂହପୁର ଜିଲ୍ଲା ଅବକାରୀ ଅଧିକ୍ଷକ ରତିକାନ୍ତ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଅବକାରୀ ଇନ୍ସପେକ୍ଟର ପ୍ରତାପକୁମାର ଦାସଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ନାଉଗାଁ ଥାନା ଅନ୍ତର୍ଗତ ଅରଖକୁଦ ଗ୍ରାମର ଚୋରା ମଦବେପାରୀ ବିଭୁତି ନାଏକ ,ଚକୁଲିପଡା ଗ୍ରାମର ଦାମଦୋର ସାହୁ ଓ ଜଗତସିଂହପୁର ଥାନା ଅନ୍ତର୍ଗତ ହଲଦିଆ ଗ୍ରାମର ଚୋରା ମଦବେପାରୀ ବିଜୟ ନାୟକଙ୍କ ଠାରୁ ମିଶି ମୋଟ୧୦ ଲିଟର ଚୋରା ଦେଶି ବିଦେଶୀ ମଦ ଜବତ କରିବା ସହିତ ସେମାନଙ୍କୁ ଗିରଫ କରାଯାଇଛି ।

ଉକ୍ତ ଚଢଏରେ କନେଷ୍ଟବଳ ବିଷ୍ଣୁ ନାଏକ,ଶ୍ରୀଧର ସିଂ,ସରୋଜ ସାହୁ,ବଳରାମ ଦାଶ ,ମହେନ୍ଦ୍ର ରାଉତ ପ୍ରମୁଖ ସାମିଲ ଥିଲେ । ଉକ୍ତ ତିନି ଜଣ ଚୋରା ମଦବେପାରୀ ବିଭୁତି,ଦାମଦୋର ଓ ବିଜୟକୁ କୋର୍ଟ·ଲଣ କରାଯାଇଥିବା ଅବକାରୀ ଜିଲ୍ଲା ଇନ୍ସପେକ୍ଟର ଶ୍ରୀ ଦାସ ସୂଚନା ପ୍ରଦାନ କରିଛନ୍ତି ।

error: Thank You Keep Visiting