ତିର୍ତ୍ତୋଲ ତହସିଲରେ ବ୍ୟାପକ ଅନିୟମିତତା

Straight to the Point

ତିର୍ତ୍ତୋଲ,(ଓଡ଼ିଶା ଜର୍ଣ୍ଣାଲ)- ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ତହସିଲରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି । ଜାତିଗତ, ବାସସ୍ଥାନ, ଆୟ, ଉତ୍ତରାଧିକାର ଭଳି ପ୍ରମାଣ ପତ୍ର ଆବେଦନ କାରିଙ୍କୁ ଧାର୍ଯ୍ୟ ସମୟରେ ମିଳୁନଥିବା ଅଭିଯୋଗ ହେଉଛି । ଅନ୍ଲାଇନ ମାଧ୍ୟମରେ ଆବେଦନ କରାଯାଉଥିବା ଏହି ଦରଖାସ୍ତ ଗୁଡ଼ିକୁ ତହସିଲଦାର ଆପୃର୍ଭ କରିବାରେ କାଳକ୍ଷେପଣ ନିତୀ ଅବଲମ୍ବନ କରୁଥିବାରୁ ବେକା ଯୁବକ ଯୁବତୀମାନେ କର୍ମ ନିୟୋଜନ ସଂସ୍ଥାରେ ନାମ ପଞ୍ଜିକରଣ କରିବା, ଚାକିରି ପାଇଁ ସାକ୍ଷ୍ୟାତକାର ଓ ପରିକ୍ଷାଦେବା ସହିତ ପାଠପଢ଼ା କ୍ଷେତ୍ରରେ ଆବଶ୍ୟକ ହେଉଥିବା ବିବିଧ ପ୍ରମାଣ ପତ୍ରଗୁଡ଼ିକ ପାଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଏହି ଆବେଦନ ପତ୍ରଗୁଡ଼ିକରେ ନିର୍ଦ୍ଧିଷ୍ଠଭାବେ କେଉଁ ନଥିପତ୍ର ସଂଯୋଗ କରାଯିବ ତାହା ତହସିଲଦାରଙ୍କ ଠାରୁ ସଠିକ୍ ସୁଚନା ଆବେଦନ କାରି ପାଉନାହାନ୍ତି ।

କେତେକ କ୍ଷେତ୍ରରେ କାଗଜ ପତ୍ର ଗୁଡ଼ିକରେ ଅସନ୍ତୁଷ୍ଟ ଦର୍ଶାଇ ଅନହୋଲ୍ଡ କରାଯାଉଛି । ସୁଜାଉଦ୍ଦିନ ନଗର ପାଟଣା ଗ୍ରାମର ପୂଜା ପିୟ ଦର୍ଶିନୀ ନାମକ ଜଣେ ଆବେଦନ କାରୀ ଜାନୁଆରୀ ୧୫ ତାରିଖରେ ଜାତି ଗତ ପ୍ରମାଣ ପତ୍ରପାଇଁ ଆବେଦନ କରି ମାସାଧିକ କାଳ ଅପକ୍ଷୋ ପରେ ମଧ୍ୟ ଏହି ପ୍ରମାଣ ପତ୍ର ନପାଇ ଚାକିରିପାଇଁ ସାକ୍ଷାତକାର ଦେବାରୁ ବଞ୍ଚିତ ହୋଇଥିବା ସୁଚନା ମିଳିଛି । ପୂର୍ବରୁ ଦାଖଲ ଖାରଜ ମାମଲାରେ ଦରଖାସ୍ତ କରି ଆକ୍ନଲଜେମେଣ୍ଟ୍ ପାଇଥିବା ଏବଂ ଏଥିରେ ପଟ୍ଟା ପାଇବା ପାଇଁ ଧାର୍ଯ୍ୟଥିବା ତାରିଖର ୨ ରୁ ୩ ମାସ ବିତି ଯାଉଥିଲେ ମଧ୍ୟ ପଟ୍ଟାଟିଏ ପାଇବା ପାଇଁ ଆବେଦନକାରୀ ବାରମ୍ବାର ଦୌଡ଼ୁଥିବା ଦେଖିବାକୁ ମିଳୁଛି । ଦରଖାସ୍ତ କରିବାର ୩ ମାସ ମଧ୍ୟରେ ପଟ୍ଟା ମିଳିବବୋଲି ସରକାରୀ ନିୟମ ଥିବାବେଳେ ତିର୍ତ୍ତୋଲ ତହସିଲରେ ତାହାର ଖୋଲା ଉଲଂଘନ କରାଯାଉଥିବା ଦେଖିବାକୁ ମିଳୁଛି । ଦାଖଲ ଖାରଜ ମାମଲାରେ ଦରଖାସ୍ତ କରିବାର ଦୁଇମାସ ବିତିଯାଇଥିଲେ ମଧ୍ୟ ଅନଲାଇନ୍ରେ ଦରଖାସ୍ତ ଗୁଡ଼ିକୁ ଏଣ୍ଟ୍ରି କରାଯାଉନାହିଁ କି ଦରଖାସ୍ତାକାରୀମାନଙ୍କୁ ଆକ୍ନଲେଜ୍ମେଣ୍ଟ୍ ଦିଆଯାଉନାହିଁ ।

ଏପରିକି ଜାନୁଆରୀ ମସରେ ଦାଖଲ ଖାରଜ ମାମଲାରେ ଦରଖାସ୍ତ କରାଯାଇଥିବା ୬ ଶହରୁ ଉର୍ଦ୍ଧ ଦରଖାସ୍ତ ଅଦ୍ୟାବଧି ଏଣ୍ଟ୍ରି କରାନଯାଇ ପଡ଼ି ରହିଛି । ତିର୍ତ୍ତୋଲ ତହସିଲରେ ଜଣେ ତହସିଲଦାର, ଦୁଇଜଣ ଅତିରିକ୍ତ ଦହସିଲଦାର କାର୍ଯ୍ୟରତ ଅଛନ୍ତି । ଏହାସତ୍ୱେ ବେଳେ ବେଳେ ୩ଜଣ କାର୍ଯ୍ୟରତ ଅଫିସର ତହସିଲ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବାଯୋଗୁଁ ଜନସାଧାରଣଙ୍କ ଆପତିଅଭିଯୋଗ ଶୁଣିବାକୁ କେହି ନାହିଁ ସଦୃଶ ଲୋକଙ୍କୁ ହତାସ ହୋଇ ଫେରିବାକୁ ପଡ଼ୁଛି । ଗତ ଶନିବାର ଚିଟ୍ ଫଣ୍ଡ୍ ଜମାକାରୀଙ୍କ ଅର୍ଥ ଫେରସ୍ତ ପକ୍ରିୟା ପାଇଁ ୫ ଶହରୁ ଉର୍ଦ୍ଧ ଜମାକାରୀଙ୍କୁ ତିର୍ତ୍ତୋଳ ତହସିଲ କାର୍ଯ୍ୟାଳୟକୁ ନୋଟିସ ମାଧ୍ୟମରେ ଡ଼କାଯାଇଥିବାବେଳେ ୩ ଜଣ ଅଫିସରଙ୍କ ମଧ୍ୟରୁ ଜଣକୁ ମଧ୍ୟ ଦେଖିବାକୁ ମିଳିନଥିଲା । ଏହି ସମସ୍ୟା ସମ୍ପର୍କରେ ମତାମତ ନେବାପାଇଁ ତହସିଲ କାର୍ଯ୍ୟାଳୟକୁ ଶନିବାର ଯାଇ ଅଫିସରଙ୍କ ଅନୁପସ୍ଥିତ ଯୋଗୁଁ ମତାମତ ମିଳିପାରିନଥିଲା । ସୋମବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ତହସିଲ କାର୍ଯ୍ୟାଳୟରେ ଏହି ୩ ଜଣ ଅଫିସରଙ୍କୁ ଦେଖିବାକୁ ମିଳିନଥିଲା । ଅପରପକ୍ଷରେ ଚିଯ୍ ଫଣ୍ଡ ଜମାକାରୀ ୫ ଶହରୁ ଉର୍ଦ୍ଧ ସଂଖ୍ୟାରେ ଜମି ରହିଥିବା ଦେଖିବାକୁ ମିଳିଥିଲା । ଜଗତସିଂହପୁର ଜିଲ୍ଲାପାଳ ତହସିଲର ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜିବୀମାନେ ଦାବୀ କରିଛନ୍ତି ।

error: Thank You Keep Visiting