ସହିଦ୍ ଯବାନଙ୍କ ପାଇଁ ସଂଖ୍ୟାଲଘୁ କଲେ ଶ୍ରଦ୍ଧାଞ୍ଜଳି ସଭା

Straight to the Point

ତିର୍ତ୍ତୋଲ,(ଓଡ଼ିଶା ଜର୍ଣ୍ଣାଲ): ଗତ ୧୪ ତାରିଖ ଦିନ ଜାମ୍ୁ ପୁଲୱାମାରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୪ ଜଣ ଜବାନ ସହିଦ୍ ହୋଇଯାଇଥିଲେ । ସେଥି ମଧ୍ୟରୁ ଜଗତସିଂହପୁର ଜିଲ୍ଲା ନାଉଗାଁ ପାରି ଶିଖର ଗ୍ରାମର ପ୍ରସନ୍ନ ସାହୁ ଓ ନିଆଳି ଗ୍ରାମର ମନୋଜ ବେହେରା ସହିଦ୍ ହୋଇଯାଇଥିଲେ । ଏହି ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ଓ ବିଷନପୁର ପଞ୍ଚାୟତର ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇମାନେ ଏକ ଶ୍ରଦ୍ଧାଞ୍ଜଳି ସଭା କରିଥିବା ଦେଖିବାକୁ ମିଳିଛି । ଏହି ସଭାର ପାକିସ୍ଥାନକୁ ଭର୍ତ୍ସନା କରାଯାଇଥିଲା । ଧର୍ମ ନାମରେ ପାକିସ୍ଥାନ ଭାରତରେ ଯେଉଁ ଆତଙ୍କୀ ଚଳାଇଛି ସେଥିରେ ସେ ନିଜେ ବରବାଦ ହୋଇଯିବବୋଲି କହିବା ସହିତ ପାକିସ୍ଥାନକୁ କଡ଼ା ସମାଲୋଚନା କରିଥିଲ । ଏଥିରେ ମୌଲାନା ମୁଫ୍ତି ଅସରଫ, ଅବଦୁଲ ଭଟୁ, ମୌଲାନା ଅବୁ ସୋଫିଆନ୍, ପୂର୍ବତନ ସରପଞ୍ଚ ୱାହିଦ୍ ଅଲ୍ଲି, ସେକ୍ ଇସମାଇଲ୍, କøସୁର ଅଲ୍ଲି, ୱାସି ଉଲ୍ଲା, ମୁକ୍ତେଦିର୍ ଅଲ୍ଲି, ସବିର୍ ଅଲ୍ଲି, ଅସଫାକ ଖାନ୍, ସେକ୍ ସଲିମ୍, ଅବୁ କଲାମ, ସେକ୍ ହାଇଦର ଅଲ୍ଲି, ସେହର୍ ଅଲ୍ଲିକଙ୍କ ସମେ୍ ଦୁଇଟି ପଞ୍ଚାୟତର ଶତାଧିକ ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇମାନେ ଯୋଗଦେଇ ସହିଦଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲ ।

error: Thank You Keep Visiting