ବ୍ଲୁ ବଟନ ଏକ୍ସପ୍ରେସ ଭୋଟର ସଚେତନତା ରଥର ଶୁଭାରମ୍ଭ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ):ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଭୋଟର ମାନଙ୍କୁ ସଚେତନ କରିବା ପାଇଁ ଭୁବନେଶ୍ୱରରୁ ବାହାରିଥିବା ଭୋଟର ସଚେତନତା ରଥ “ ବ୍ଲ ୁବଟନ ଏକ୍ସପ୍ରେସ “ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆ ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚିଦାନନ୍ଦ ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଉପଲକ୍ଷେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହ ଠାରେ ଓଡିଶା ଇଲେକ୍ସନ୍ ଓାଚର ଜିଲ୍ଲା ସଂଯୋଜକ ଲକ୍ଷୀପ୍ରିୟା ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନତା ସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ କହିଲେ ନିର୍ବାଚନ ପୂର୍ବରୁ ଇଲେକ୍ସନ୍ ଓାଚ ତରଫରୁ ଏହି ସଚେତତା ଅଭିଜାନ ଭୋଟରମାନଙଅକୁ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବାରେ ସଚେତନ କରିପାରିବ । ଆମେ ଯେଉଁ ପ୍ରାର୍ଥୀଙ୍କୁ ଭୋଟଦେବାସମାନଙ୍କର ଚରିତ୍ର ଓ କାର୍ଯ୍ୟ ଦକ୍ଷତା ଉପରେ ଜାଣିବା ଉଚିତ୍ । ଭୋଟ ମାଧ୍ୟମରେ ଆପଣମାନେ ସେବକ ମାନଙ୍କୁ ନିଯୁକ୍ତି କରିବେ ।

ନୂତନ ଭୋଟର ମାନଙ୍କ ଉପରେ ଗୁରୁତ୍ୱାରୋପ କରି ଭୋଟର ମାନେ ବୁଥ୍ରେ ନାମ ପଂଜିକରଣ କରି ସାଧାରଣ ନିର୍ବାଚନରେ ଗଣତାନ୍ତ୍ରିକ ଅଧିକାରକୁ ସାବ୍ୟସ୍ତ କରିବାକୁ ଆହ୍ୱାନ ଦେଇଥିଲେ । ଏଥି ସହିତ ଖୋଲାଯାଇଥିବା ଭୋଟ ସହାୟତା କେନ୍ଦ୍ର ଗୁଡିକର ସହାୟତା ନେବାକୁ ପରାମର୍ଶ ଦେଇଥିଲେ । ନିର୍ବାଚନ ପରିଚାଳନା ସଂପର୍କିତ କୈାଣସି ଅଭିଯୋଗ ନିମନ୍ତେ ୧୯୫୦ ନମ୍ବରରେ ଫୋନ୍ କରି ଜଣାଇବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବ୍ରଜ ଗୋପାଳ ଆଚାର୍ଯ୍ୟ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଶ୍ୱନାଥ ମିଶ୍ର ,ଉପ-ଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି,ବି.ଡି.ଓ,ଜଗତସିଂହପୁର,ଶ୍ରୀ ଲଗ୍ନଜିତ୍ ରାଉତ୍,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କାମିନୀ ରଜଂନ ପଟ୍ଟନାୟକ,ସହାୟକ ଜିଲ୍ଲାପାଳ ବିଜୟ ଲକ୍ଷ୍ମୀ ନାୟକ ଇଲେକ୍ସନ୍ ଓାଚର ପ୍ରତିନିଧି ଗୋବିନ୍ଦ ଓଝା ,ପିକକର ବିଜୟ କୁମାର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରାରମ୍ଭରେ ଇଲେକ୍ ସନ୍ ଓାଚର ଜିଲ୍ଲା ସଂଯୋଜକ ତଥା ସ୍ୱେଚ୍ଛାସେବୀ ସଂଗଠନ ଉତ୍ସର୍ଗର ସଭ୍ୟ ସଂପାଦିକା ଶ୍ରୀମତୀ ଲକ୍ଷୀପ୍ରିୟା ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା,ମହାବିଦ୍ୟାଳୟ ଛାତ୍ରଛାତ୍ରୀ,ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଶେଷରେ ଶ୍ରାମତୀ ପଙ୍କଜିନୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଚେତନତା ରଥ ବ୍ଲକ ଛକ,ଆଶ୍ରମ ପାଟଣା,ନାଉଗାଁ ବ୍ଲକ ଛକ,ବାଲିକୁଦା ବ୍ଲକ ଛକ,ତରିକୁନ୍ଦ,ବିରିଡି ହାଟ,ରେଢୁଆ ହାଟ,ତଅଁରା ପ୍ରଭୃତି ପରିକ୍ରମା କରିଥିଲା ।

error: Thank You Keep Visiting