ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ):ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ ସଦ୍ଦ୍ଭାବନା ସଭାଗୃହ ଠାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ଦାସ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ବୈଠକରେ ଯୋଗଦେଇ ଜିଲ୍ଲାପାଳ ଗୁହାପୁନମ୍ ତାପସ କୁମାର ଜିଲ୍ଲ୍ାରେ କାର୍ଯ୍ୟକାରୀ ହେଉଥିବା ଗ୍ରାମାଞ୍ଚଳ ଗୃହ ନିର୍ମାଣ ଯୋଜନାରେ ବିଜୁ ୁପକ୍କାଘର,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଆମ ଗାଁ ଆମ ବିକାଶ, ମିଶନ ଶକ୍ତି,ମୋ ଘରେ ଏଲଇଡି ଲାଇଟ୍,ନିର୍ମାଣ ଶ୍ରମିକ ଯୋଜନାରେ ଅଗ୍ରଗତି ସଂପର୍କରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ । ଆମ ଗାଁ ଆମ ବିକାଶ ଯୋଜନା ସରକାରଙ୍କ ଏକ ଯୁଗାନ୍ତକାରୀ କାର୍ଯ୍ୟକ୍ରମ । ଜିଲ୍ଲାର ବିକାଶକୁ ଭଲ ସ୍ତରକୁ ନେବା ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଆଇନ ଶୃଙ୍ଖଳା ଉପରେ ଆଲୋଚନା କରି ଆଳିପିଙ୍ଗଳ ଠାରେ ବାଲି ଚୋରା ଚାଲାଣ,ହାଇଓା ଦ୍ୱାରା ଅଧିକ ଦୁର୍ଘଟଣା ହେଉଥିବା ସୂଚନା ଦେଇଥିଲେ ।

ବିଭିନ୍ନ ବ୍ଲକରେ କାର୍ଯ୍ୟକାରୀ ହେଉଥିବା ସ୍ପେଶାଲ ପ୍ରୋବ୍ଲେମ୍ ଫଣ୍ଡ ଅନୁଦାନରେ ପ୍ରକଳ୍ପ ଗୁଡିକର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ରଘୁନାଥପୁର ଓ ବିରିଡି ବ୍ଲକରେ ପ୍ରକଳ୍ପ କାର୍ଯ୍ୟ ଆଗେଇ ନଥିବାର ତ୍ୱରାନ୍ୱିତ ବେଗରେ କାର୍ଯ୍ୟ କରିବାକୁ ବି.ଡି.ଓ ମାନଙ୍କୁ ପରାମର୍ଶ ଦେଇଥିଲେ । ଗ୍ରାମାଞ୍ଚଳ ଗୃହ ନିର୍ମାଣ ଯୋଜନାରେ ଜିଲ୍ଲାରେ ୮୮୮୫ ଟି ଘର ମଧ୍ୟରୁ ୫୧୩୭ ଟି ଘର ସଂପୂର୍ଣ୍ଣ ହୋଇଥିବା ସମୀକ୍ଷାରୁ ଜଣା ପଡିଥିଲା । ଏହାପରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଆଟ୍ରୋସିଟି କେସ୍ ଏବଂ ପୀଡିତଙ୍କୁ କ୍ଷତିପୂରଣ ରାଶି ବଣ୍ଟନ ସଂପର୍କରେ ଆଲୋଚନା ହୋଇଥିଲା । ବୈଠକରେ ବିଜୁ ପକ୍କାଘର,ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା,ଆମ ଗାଁ ଆମ ବିକାଶ,କାଳିଆ ଯୋଜନା,ମିଶନ ଶକ୍ତି ସଂପର୍କରେ ଆଲୋଚନା ହୋଇଥିଲା ।

କାଳିଆ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ୪୦୧୭୬ ଜଣଙ୍କୁ ପ୍ରଥମ ପ୍ରର୍ଯ୍ୟାୟରେ ୫ ହଜାର ଟଙ୍କା ସହାୟତା ରାଶି ବ୍ୟାଙ୍କ ଆକଉଣ୍ଟ ମାଧ୍ୟମରେ ପ୍ରଦାନ କରାଯାଇଥିବା ବେଳେ ୮୬୭୦ ଭୂମିହୀନ କୃଷି ଶ୍ରମିକ ମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ଜୀବିକା ମିଶନ ଜରିଆରେ ଭୂମିହୀନ କୃଷି ଶ୍ରମିକଙ୍କୁ ଛତୁଚାଷ,ଛେଳି ଓ ଗାଈ ପାଳନ ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବା ଉପ ନିର୍ଦ୍ଦେଶକ କୃଷି ସୂଚନା ଦେଇଥିଲେ । ଜିଲ୍ଲାରେ କୈାଣସି ଚାଷୀ ଯେପରି କାଳିଆ ଯୋଜନାରୁ ବାଦ୍ ନପଡିବେ, ସେଥିପ୍ରତି ଗୁରୁତ୍ୱ ଦେବାକୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଚରଣ ଦାସ ପରାମର୍ଶ ଦେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଶ୍ୱନାଥ ମିଶ୍ର,ଉପ ଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ଉପ ନିର୍ଦ୍ଦେଶକ ଯୋଜନା ଡଃ କୈଳାସ ଚନ୍ଦ୍ର ପାଣି କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନାକୁ ଆଗେଇ ନେଇଥିଲେ । ଶେଷରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବ୍ରଜ ଗୋପାଳ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀ,ବି.ଡି.ଓ,ବିଭାଗୀୟ ଯନ୍ତ୍ରୀô ଓ ଯୋଜନା ବିଭାଗର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

error: Thank You Keep Visiting