ରଘୁନାଥପୁର ମହୋତ୍ସବ ଉଦ୍ଘାଟିତ, ଓଡିଶାର ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇ ରଖିଛି ମହୋତ୍ସବ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ଓଡିଶାର ଲୋକକଳା ଓ ସଂସ୍କୃତିକୁ ବଂଚାଇ ରଖିଛି ମହୋତ୍ସବ,ଓଡିଶାର କଳା ସଂସ୍କୃତି ଓ ପରମ୍ପରା ବଜାଇ ରଖିବାକୁ ସମସ୍ତଙ୍କର ଆନ୍ତରିକତା ଆବଶ୍ୟକ । କଳା ସଂସ୍କୃତିର ବିକାଶରେ ସମାଜର ପ୍ରଗତି ହୋଇପାରିବ ।ଉତ୍କଳୀୟ କଳା ସଂସ୍କୃତି ପରମ୍ପରା ସ୍ମୃତି ବହନ କରୁଥିବା ରଘୁନାଥପୁର ମାଟି କଳା ସଂସ୍କୃତି ଐତିହ୍ୟକୁ ସମୃଦ୍ଧ କରିପାରିଛି ବୋଲି ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକ ଅଧିନସ୍ଥ ଗତକାଲି ରାତିରେ ମାଘମେଳା ପଡିଆରେ ଅନୁଷ୍ଠିତ ରଘୁନାଥପୁର ମହୋତ୍ସବ ଉଦ୍ଘାଟନ ଉତ୍ସବରେ ମୁଖ୍ୟବକ୍ତା ଭାବେ ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ୱାଇଁ ଯୋଗଦେଇ ଏହା କହିଥିଲେ ।

ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ରଘୁନାଥପୁର ସରପଂଚ ପ୍ରମୋଦ କୁମାର ଜେନା ଯୋଗଦେଇ ଏହି ଉତ୍ସବକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଶ୍ରୀ ଜେନା କହିଲେ ଯେ,ଭାଇ ଚାରାକୁ ସୁଦୃଢ କରିବ ରଘୁନାଥପୁର ମହୋତ୍ସବ ଏବଂ ଓଡିଶାର ମହାନ ସଂସ୍କୃତି ପରମ୍ପରା ଅବକ୍ଷୟ ମୁଖୀ ହେଉଥିବା ବେଳେ ରଘୁନାଥପୁର ମହୋତ୍ସବ ଏହି ଅବକ୍ଷୟକୁ ରୋକିପାରିବ ।ଏଥିରେ ସମ୍ମାନୀତ ଅତିଥି ଭାବେ ରଘୁନାଥପୁର ମଡେଲ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଗୋଲାପରାଣୀ ଦେଇ ଯୋଗଦେଇ ମା ଓ ଜନ୍ମ ମାଟିକୁ ଭଲ ପାଇଲେ ରାଜ୍ୟର ଉନ୍ନତି ହେବ ଏବଂ ସାହିତ୍ୟ କଳା ସଂସ୍କୃତିର ବିକାଶରେ ସମାଜର ପ୍ରଗତି ହେବ ବୋଲି କହିଥିଲେ ।

ଏଥିରେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଚପଳା କୁମାରି ମହାନ୍ତି ଯୋଗଦେଇ ଅପ ସଂସ୍କୃତିର ଚାପରେ ଗ୍ରାମାଂଚଳରେ ଲୋକକଳା ହଜିଯିବାକୁ ବସିଲାଣି ବୋଲି କହିଥିଲେ । ଏହି ଉତ୍ସବରେ ମାଘମେଳା ଉତ୍ସବ କମିଟିର ସଭାପତି ଉତ୍ତମ ଚରଣ ସାହାଣୀ ସଭାପତିତ୍ୱ କରିଥିଲେ । ରଘୁନାଥପୁର ମହୋତ୍ସବର ଆବାହକ ତଥା ସାଧନା କଳା କେନ୍ଦ୍ରର ସଭାପତି ଗୁରୁ ନବକିଶୋର ସାହୁ ଯୋଗଦେଇ ଉତ୍କଳୀୟ କଳା ସଂସ୍କୃତି ଓ ପରମ୍ପରା ମହାନ ଅଟେ ବୋଲି କହିଥିଲେ । ଏଥିରେ ଓଡିଶୀ ସଂଗୀତ ନୃତ୍ୟ ଶିଳ୍ପୀ ଗୁରୁ ମହେଶଚନ୍ଦ୍ର ନାୟକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ଗୁରୁ ପ୍ରଶାନ୍ତ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସାଧନା କଳା କେନ୍ଦ୍ରର ବାର୍ଷିକ ଉତ୍ସବ ମଧ୍ୟ ପାଳନ କରାଯାଇଥିଲା । ଶେଷରେ ସାଧନା କଳା କେନ୍ଦ୍ରର ଶିଶୁକଳାକାର ମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ୫ହଜାରରୁ ଉଦ୍ଧ୍ୱର୍ ଦର୍ଶକ ଯୋଗଦେଇଥିଲେ ।

error: Thank You Keep Visiting