ବିଜୁ ଯୁବ ବାହିନୀକୁ ସ୍ମାର୍ଟଫୋନ୍ ବାଣ୍ଟିଲେ ବିଧାୟକ

Straight to the Point

କଣିହାଁ (ଓଡ଼ିଶା ଜର୍ଣ୍ଣାଲ): କଣିହାଁ ପଞ୍ଚାୟତ ସମିତି ସଭାଗୃହଠାରେ ଗତ ମଙ୍ଗଳବାର ଦିନ ବିଜୁ ଯୁବ ବାହିନୀ କାର୍ଯ୍ୟକର୍ତ୍ତାଙ୍କୁ ମୋବାଇଲ୍ ଫୋନ୍ ବିତରଣ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାଲଲହଡା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଣିହାଁ ବ୍ଲକ ସ୍ଥିତ ୧୪ ପଞ୍ଚାୟତର ବିଜୁ ଯୁବ ବାହିନୀ କାର୍ଯ୍ୟକର୍ତ୍ତା ମାନଙ୍କୁ ୨୮୦ ଟି ମୋବାଇଲ୍ ଫୋନ୍ ବିତରଣ କରିଥିଲେ । ପଂଚାୟତସ୍ତରରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ଲୋକଙ୍କ ପାଖକୁ ପହଁଚାଇବା ତଥା ସେବା ମନୋବୃତ୍ତି ରଖି ସାଧାରଣ ଜନତାଙ୍କ ସହିତ ସୁସମ୍ପର୍କ ସ୍ଥାପନା କ୍ଷେତ୍ରରେ ଏହା ସହାୟକ ହୋଇ ପାରିବ ବୋଲି ବିଧାୟକ ପ୍ରକାଶ କରିଥିଲେ । ଦଳୀୟ ବ୍ଲକ ସଂଯୋଜକ ଭିକାରୀ ଚରଣ ଜେନା, ଜିଲ୍ଲା ଯୁବ ବିଜେଡି ଉପସଭାପତି ସୁନିଲ କୁମାର ପ୍ରଧାନ, ଯୁବ ଅବାହକ ବୁଦ୍ଧିମନ୍ତ ସାହୁ, ବ୍ଲକ ପ୍ରଗତି ସହାୟକ ଶରତ ଚନ୍ଦ୍ର ବିଶ୍ୱାଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।