ଧାମରା ପୋର୍ଟର ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ କ୍ରୀଡ଼ା ଓ ପାଠ୍ୟ ଉପକରଣ ବଣ୍ଟନ
ଭଦ୍ରକ,(ଓଡ଼ିଶା ଜର୍ଣ୍ଣାଲ): ଦୋସିଙ୍ଗା ପଞ୍ଚାୟତସ୍ଥିତ ବଜାରଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ଏକ କାର୍ଯ୍ୟକ୍ରମରେ ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ମୁଜିବର ଅଲ୍ଲୀ ଓ ଦୋସିଙ୍ଗା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁକୁମାର ଜେନା ସ୍ଥାନୀୟ ଅଙ୍ଗନୱାଡ଼ିଗୁଡ଼ିକୁ କ୍ରୀଡ଼ା ଓ ପାଠ୍ୟ ଉପକରଣ ବଣ୍ଟନ କରିଛନ୍ତି । ଛୋଟ ଛୋଟ କୋମଳମତି ଶିଶୁଙ୍କ ମଧ୍ୟରେ ଖେଳ ମାଧ୍ୟମରେ ପାଠ ପ୍ରତି ରୁଚି ଆଣିବା ନିମିତ୍ତ ଆଦାନୀ ଫାଉଣ୍ଡେସନ ତରଫରୁ ସ୍ଥାନୀୟ ଭାଷାରେ ରୂପାନ୍ତରିତ କରି ବର୍ଣ୍ଣମାଳା, ବିଶୁଦ୍ଧ ପାନୀୟ ଜଳ ନିମିତ୍ତ ୱାଟର ଫିଲ୍ଟର, ବିଭିନ୍ନ ସଚ୍ଚିତ୍ର ବର୍ଣ୍ଣବୋଧ ଆଦି ପୁସ୍ତକ ବିତରଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଦୋସିଙ୍ଗା ପଞ୍ଚାୟତର ୧୭ଟି ଅଙ୍ଗନୱାଡ଼ି କେନ୍ଦ୍ରର କର୍ମକର୍ତ୍ତା ଉପସ୍ଥିତ ଥିଲେ । ବଣ୍ଟନ ଉପକରଣ ୩୫୦ ରୁ ଊଦ୍ଧ୍ୱର୍ ଶିଶୁ ଉପକୃତ ହେବେ । ଦ୍ୱିତୀୟ ପର୍ଯ୍ୟାୟରେ ଚାନ୍ଦବାଲି ପଞ୍ଚାୟତରେ ଆନୁମାନିକ ୮୦ ରୁ ଊଦ୍ଧ୍ୱର୍ ଅଙ୍ଗନୱାଡ଼ି କେନ୍ଦ୍ରକୁ ଏହି କ୍ରୀଡ଼ା ଓ ପାଠ୍ୟ ଉପକରଣ ଯୋଗାଇ ଦିଆଯିବ ବୋଲି ପୋର୍ଟ ତରଫରୁ ପ୍ରକାଶ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଆଦାନୀ ଫାଉଣ୍ଡେସନର କର୍ମକର୍ତ୍ତା ଓ ସୁପୋଷଣ କାର୍ଯ୍ୟକ୍ରମର ସଙ୍ଗିନୀମାନେ ସୂଚାରୂରୁପେ ପରିଚାଳନା କରଇଥିଲେ । ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ, ଶିକ୍ଷାବିଭାଗ ଅଧିକାରୀ, ଅଙ୍ଗନୱାଡ଼ି କର୍ମୀ ଓ ଅଭିଭାବକମାନେ ପ୍ରଂଶସା କରିଥିଲେ ।