ଖଟୁଆପାଟଣା ଗାଁରେ ଅଗ୍ନିକାଣ୍ଡ ଘଟି ୯ବଖରା ଘର ପୋଡି ପାଉଁଶ

Straight to the Point

ଭଦ୍ରକ,(ଓଡ଼ିଶା ଜର୍ଣ୍ଣାଲ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ଞ୍ଚାୟତ ଅଧିନସ୍ଥ ଖଟୁଆପାଟଣା ଗାଁରେ ଅପରାହ୍ଣ ସମୟରେ କୈାଣସି କାରଣରୁ ଭୟାଭୟ ଅଗ୍ନିକାଣ୍ଡ ଘଟି ୬ପରିବାରଙ୍କ ୯ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଧାମନଗର ଅଗ୍ନଶମ ଗାଡି ପହଁଚିଥିଲେ ମଧ୍ୟ ଘର ମଧ୍ୟରୁ କୈାଣସି ଆସବାପତ୍ର ଉଦ୍ଧାର କରାଯାଇ ପାରିନଥିଲା । ସୂଚନା ଅନୁଯାୟୀ ଶୁକ୍ରବାର ଅପରାହ୍ଣ ସମୟରେ ପ୍ରଥମେ ଗାଁର ଲକ୍ଷ୍ମୀଧର ଖଟୁଆଙ୍କ ଘରେ କୈାଣସି କାରଣରୁ ନିଆଁ ଲାଗିବା ପରେ ନିମିଶକ ମଧ୍ୟରେ ଏଘରକୁ ସେଘର ବ୍ୟାପି ଯାଇଥିଲା ।

ଫଳରେ ଅଶୋକ ଖଟୁଆ, ଶ୍ରଧର ଖଟୁଆ, ଶ୍ରୀପତି ଖଟୁଆ, ଅଭୟ ନାୟକ, ପରିମଳ ଖଟୁଆଙ୍କ ଘର ନିଆଁ ଲାଗିଥିଲା । ପରିବାର ଲୋକ ଓ ଗାଁ ଲୋକ ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁର ବେଗ ଏପରିଥିଲା ଯାହାକି ଗାଁ ଲୋକ ନିଆଁକୁ ଆୟତ କରି ପାରିନଥିଲେ । ଯାହାଫଳରେ ପରିବାରଙ୍କର ସମସ୍ତ ଆସବା ପତ୍ର ସମେତ ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ପୋଡି ପାଉଁଶ ହୋଇଯାଇଥିଲା । ଦୀର୍ଘ ଘଣ୍ଟା ପରେ ଅଗ୍ନଶମ ଗାଡି ଆସିଥିଲେ ମଧ୍ୟ ସେତେବେଳକୁ ସବୁ କିଛି ନିଛିନ୍ନ ହୋଇଯାଇଥିଲା । ଏବେ ଖୋଲା ଆକାଶ ତଳେ ୬ପରିବାର ପଡି ରହିଥିବା ବେଳେ ଆରଡି ଆର.ଆଇ ଓ ସ୍ଥାନୀୟ ସରପଞ୍ଚ ଘଟଣାସ୍ଥଳକୁ ଯାଇ କ୍ଷେତ୍ର ପରିଦର୍ଶନ କରିଛନ୍ତି ।

error: Thank You Keep Visiting