ଚକଡାରେ ୩୩/୧୧ କେ.ଭି ବିଦ୍ୟୁତ୍ ସବ୍ ଷ୍ଟେସନ ଉଦ୍ଘାଟିତ
କେନ୍ଦ୍ରାପଡା,(ଓଡ଼ିଶା ଜର୍ଣ୍ଣାଲ): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ୪ ନମ୍ବର ୱାର୍ଡର ଚକଡା ଗ୍ରାମରେ ନୂତନକରି ବସାଯାଇଥିବା ୩୩ / ୧୧ କେ.ଭି ବିଦ୍ୟୁତ୍ ସବ୍ ଷ୍ଟେସନକୁ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବ୍ ଷ୍ଟେସନକୁ ଉଦ୍ଘାଟନ କରିଥିଲେ । ଏହି ଉତ୍ସବରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ପୂର୍ବତନ ପୈାରପାଳ ଧୀରେନ୍ ସାହୁ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଦୀପ କୁମାର ସାହୁ, ଆଲୋକ ସାହୁ, ସେକ ଚନ୍ଦନ,ପ୍ରକାଶ ପରିଡା, କେନ୍ଦ୍ରାପଡା ସେସୁ ଡିଭିଜନର ପରିଚାଳକ ଇଂ ଅମରଜିତ୍ ପଟ୍ଟନାୟକ, ସହକାରୀ ପରିଚାଳକ ଇଂ ଶୁଭେନ୍ଦୁ ପ୍ରଧାନ, ଇଛାପୁରସ୍ଥିତ ୩ନମ୍ବର ସେକସନର କନିଷ୍ଠ ପରିଚାଳକ ଇଂ ସୁଜ୍ଞାନ କୁମାର ମାଝି, ଗୁପ୍ତା ପାୱାର ଠିକାଦାର କମ୍ପାନୀର ପ୍ରକଳ୍ପ ପରିଚାଳକ ପ୍ରସନ୍ନ ମହାରଣା,ସାଇଟ ଇଞ୍ଜିନିୟର ଧନଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ସବ୍ ଷ୍ଟେସନ ଦ୍ୱାରା ଇଛାପୁର ଶ୍ରୀବଳଦେବଜୀଉ ମନ୍ଦିର,କେନ୍ଦ୍ରାପଡା ବ୍ଲକ ଅଚଂଳ ଓ ଗଣ୍ଡାଖିଆ ଅଚଂଳକୁ ବିଦ୍ୟୁତ ଯୋଗାଇ ଦିଆଯାଇ ପାରିବ । ଏହିସବୁ ଅଚଂଳକୁ ଏବେ କଜଳା ଓ ଛଗରିଆ ସବ୍ ଷ୍ଟେସନରୁ ବିଦ୍ୟୁତ ଯୋଗାଇ ଦିଆଯାଉଛି ବୋଲି ସେସୁର ସହକାରୀ ପରିଚାଳକ ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ । ସେହି ଦୁଇଟି ସବ୍ ଷ୍ଟେସନ ଉପରେ ଅଧିକ ଚାପ ପଡୁଥିବା ସହ ଏଅଚଂଳ ବହୁ ଦୂର ହୋଇଥିବାରୁ ବିଦ୍ୟୁତ୍ ଯୋଗାଣ ଅନେକ ସମୟରେ ବ୍ୟାହତ ହେବାସହ ବିଦ୍ୟୁତ୍ ସରବରାହରେ ବାଧା ଉପୁଜୁଥିଲା । ନୂଆ ସବ୍ ଷ୍ଟେସନ ଦ୍ୱାରା ଏହିସବୁ ଅଚଂଳର ଲୋକ ବିଦ୍ୟୁତ ବ୍ୟାଘାତରୁ ନିସ୍ତାର ପାଇପାରିବେ ବୋଲି ଜଣାପଡିଛି । ଏହି ସବ୍ ଷ୍ଟେସନ ପାଇଁ ସ୍ଥାନୀୟ ଅଂଚଳରେ ଅଧିବାସୀମାନେ ବହୁ ଦିନରୁ ଦାବି କରିଆସୁଥିଲେ ।