ମହିଳା ଶ୍ରମିକଙ୍କୁ ସମ୍ମାନ ଓ ସୁରକ୍ଷା ଦାବିରେ ପାଚିକା ସହାୟିକାମାନଙ୍କ ବିକ୍ଷୋଭ
ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ମହିଳା ଶ୍ରମିକ ମାନଙ୍କୁ ସମ୍ମାନ ଓ ସୁରକ୍ଷା ପ୍ରଦାନ ଦାବିରେ ଏ.ଆ.ୟୁ.ଟି.ସି ସହବନ୍ଧିତ ଜିଲ୍ଲା ବିଦ୍ୟାଳୟ ପାଚିକା ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲା ସଭାପତି ପ୍ରଦିପ୍ତ ରାମଙ୍କ ନେତୃତ୍ୱରେ ଶତାôଦକ ପାଚିକା ସହାୟିକା ସ୍ଥାନୀୟ ବଙ୍ଗଳା ଛକ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବିକ୍ଷୋଭ କରିଥିଲେ । ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସଂପାଦିକା ଅର୍ଚ୍ଚନା ମଣ୍ଡଳ କାନ୍ଦୁରୀ ବାରିକ,କୃଷ୍ଣପ୍ରିୟା ପତି,ପ୍ରକାଶ ଦାସ,ବିଷ୍ଣୁ ବାରିକ,ସାବିତ୍ରୀ ପରିଡା,ସୁରମା ବେହେରା,ସବିତା ସ୍ୱାଇଁ,ସଂଯୁକ୍ତା ନାୟକ,ବେଙ୍ଗଲତା ସାହୁ ଯୋଗଦେଇ କହିଥିଲେ ଉଚ୍ଚ ସ୍ତରୀୟ ତଦନ୍ତ ଭିତିରେ ଜଗତସିଂହପୁର ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଚିଠି ନଂ ୮୯(୧୬୭)/୨୧/୨/୧୪ ଅନୁସାରେ ଜିଲ୍ଲାପାଳଙ୍କ ବିନା ଅନୁମୋଦନରେ କୌଣସି ପାଚିକା ସହାୟିକାଙ୍କୁ ଛଟେଇ କରାଯାଇପାରିବ ନାହିଁ ।
ନିର୍ଦ୍ଦେଶ ନାମାର ଖୋଲାକୋଲି ଉଲଂଘନ କରାଯାଇ ଏରସମା ବ୍ଲକ ଅନ୍ତର୍ଗତ ଗାରିଆ ପ୍ରାଥମିକ ବିଦ୍ୟାଳୟର ପରି·ଳନା କମିଟି ଓ ପ୍ରଧାନ ଶିକ୍ଷକ ୩ଜଣ ପାଚିକା ସହାୟିକା ଅର୍ଚ୍ଚନା ମଣ୍ଡଳ,ଛଇଳ କାଣ୍ଡି ଓ ପୁଷ୍ପଲତା ମଣ୍ଡଳକୁ ଅନ୍ୟାୟ ଭାବେ ଛଟେଇ କରିବା ୨୦୧୭ମସିହାରେ ଅଷ୍ଟମ ଶ୍ରେଣୀ ଉଚ୍ଚପ୍ରାଥମିକରେ ମିଶ୍ରଣ କାରଣରୁ କାମହରାଇଥିବା ପାଚିକା ସହାୟିକାଙ୍କୁ ଗାଇଡଲାଇନ ମାନି ଛଟେଇ ପାଚିକା ସହାୟିକାଙ୍କୁ ଅଗ୍ରାôଦକାର ଭିତରେ ନିକଟସ୍ଥ ବିଦ୍ୟାଳୟରେ ପ୍ରୟୋଜନରେ ନିଯୁକ୍ତିଦେବା ସରକାରୀ ନିର୍ଦ୍ଦେଶନାମା ଗଣଶିକ୍ଷା ସଚୀବଙ୍କ ଚିଠି ନଂ୫୪୪/୧୦.୪.୨୦୧୭ ଓ ୭୭୬/୨୦୧୬କାର୍ଯ୍ୟକାରୀ କରିବା ମଧ୍ୟାହ୍ନ ଭୋଜନ କାମ ବ୍ୟତିତ ସଭା ଉତ୍ସବ,ଭୋଜି କାମଠାରୁ ଆରମ୍ଭ କରି ବିଦ୍ୟାଳୟ କ୍ୟାମ୍ପସ ସଫେଇ ,ଅଫିସ କମନରୁମ ଝାଡୁ କରିବା,ପାଇଖାନା ସଫେଇ ଆଦି ଅତିରିକ୍ତ ବେଠୀ ଖଟିବାକୁ ବାଧ୍ୟ କରିବା ପ୍ରତିବାଦରେ ତଥା କର୍ମକ୍ଷେତ୍ରରେ ମହିଳା ଶ୍ରମିକଙ୍କ ଜୀବିକା ଓ ସମ୍ମାନର ସୁରକ୍ଷା ସୁନିଶ୍ଚିତ କରିବା ଆଦିଦାବିରେ ପାଚିକା ସହାୟିକା ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଏପରିକି ଜିଲ୍ଲାର ଦୁଇ ଦଶନ୍ଧି ଧରି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତୀ କାମରେ ନିୟୋଜିତ ଅନୁନ୍ୟ ୨୦୦୦ପାଚିକା ସହାୟିକା ବର୍ଷ ତମାମ ନିୟମିତ କାମ କରିଆସୁଥିଲେ ସୁଧା ସେମାନଙ୍କ ସର୍ବନିମ୍ନ ମଜୁରୀ ମଧ୍ୟ ମିଳୁ ନାହିଁ ବୋଲି ପାଚିକା ମାନେ ଗର୍ଜିଥିଲେ । ପରେପରେ ଛଅଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ପାଚିକ ଓ ସହାୟିକା ଯୋଗଦେଇଥିଲେ ।