ଜଗତସିଂହପୁର ବିଜେପି ପକ୍ଷରୁ ବିଜୟ ସଂକଳ୍ପ ବାଇକ୍ ରାଲି
ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ଭାରତୀୟ ଜନତା ପାଟୀ ପକ୍ଷରୁ ସାରା ଓଡିଶାରେ ବାଇକ ରାଲି ହେଉଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ମଧ୍ୟ ବାଇକ ରାଲି ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ନୂଆପୋଲ ଠାରୁ ବାହାରି ନାଉଗାଁ ଗାରୋଇ ଠାରେ ଶେଷ ହୋଇଥିଲା । ଦେଶରେ ସୁଶାସନ ଓ ଭ୍ରଷ୍ଟା·ର ମୁକ୍ତ କରିବାରେ ମୋଦୀ ସରକାର ବେଶ୍ ସଫଳ ହୋଇଛନ୍ତି । ରାଜନୀତି ଓ କୂଟନୀତିରେ ସେ ବେଶ ପ୍ରଶଂସିତ । ଆୟୁସ୍ମାନ ଭାରତ ଓ ଉଜ୍ୱଳା ଭଲି ଯୁଗାନ୍ତକାରୀ ଯୋଜନାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇପାରିଛନ୍ତି ବୋଲି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର କହିଛନ୍ତି । ଆଜି ବାଇକ ଶୋଭାଯାତ୍ରା ଜଗତସିଂହପୁର ନିର୍ବାଚନମଣ୍ଡଳୀର ବିଭିନ୍ନ ଗ୍ରାମ ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ସୌଭାଗ୍ୟ ମହାନ୍ତି,ନଗର ସଭାପତି ଅକ୍ଷୟ ପାତ୍ର,ନଗର କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ତ୍ରିପାଠୀ,ମଣ୍ଡଳ ସଭାପତି ବିନୋଦ ମହାନ୍ତି,ରଂଜିତ ମହାନ୍ତି,ବସନ୍ତ ନାୟକ,ମିଡିଆ ସେଲର ଗଣେଷ ପ୍ରସାଦ ମହାନ୍ତି,ସାଧାରଣ ସଂପାଦକ ଜଗନ୍ନାଥ ଦାସ ପ୍ରମୁଖ ଯୋଗଦେଇ ମୋଦି ସରକାରର ଯୁଗାନ୍ତକାରୀ ଯୋଜନା ସଂପର୍କରେ ଅବଗତ କରାଇଥିଲେ । ଆଜି ଶତାଧିକ ବାଇକ ଏକତ୍ରିତ ହୋଇ ଶୋଭାଯାତ୍ରାରେ ପରିକ୍ରମା କରିଥିଲେ ।