ବିଜେପିର ନିର୍ବାଚନମଣ୍ଡଳୀ ସ୍ତରୀୟ ମୋ ବୁଥ୍ ସବୁଠୁ ମଜଭୁତ୍ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ଜଗତସିଂହପୁର ପୌରାଞ୍ଚଳର କଣ୍ଟାପଡା ଠାରେ ମୋ ବୁଥ୍ ସବୁଠୁ ମଜଭୁତ୍ ଜଗତସିଂହପୁର ନିର୍ବାଚନମଣ୍ଡଳୀ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ବୁଥ୍ରୁ ଶତାଧିକ କର୍ମକର୍ତ୍ତା ଯୋଗଦେଇଥିଲେ । ଜିଲ୍ଲା ଉପସଭାପତି ସୌଭାଗ୍ୟ ମହାନ୍ତି,ସାଧାରଣ ସଂପାଦକ ଜଗନ୍ନାଥ ଦାସ,ମିଡିଆ ସେଲ୍ର ଗଣେଷ ପ୍ରସାଦ ମହାନ୍ତି,ନଗର ସଭାପତି ଅକ୍ଷୟ ପାତ୍ର,ନଗର କାର୍ଯ୍ୟକାରୀ ସଭାପତି ରବିନ୍ଦ୍ର ତ୍ରିପାଠୀ,ପୂର୍ବତନ କାଉନସଲିର ଲୋକନାଥ ଭୋଇ,ସାରଦା ମହାପାତ୍ର,ନିରଞ୍ଜନ ଭୋଇ ପ୍ରମୁଖ ଶତାଧିକ ବିଜେପି କର୍ମକର୍ତ୍ତା ଯୋଗଦେଇ ମୋ ବୁଥ୍ ସବୁଠୁ ମଜଭୁତ କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ନିର୍ବାଚନକୁ କିପରି ସଫଳ ମୁକାବିଲା କରାଯିବ ଆଲୋଚନା କରାଯାଇଥିଲା ।