ବିଦ୍ୟୁତ ଆଘାତରେ ଭାଗ ଚାଷୀର ମୃତ୍ୟୁ !

Straight to the Point

ଜଳେଶ୍ୱର(ଓଡ଼ିଶା ଜର୍ଣ୍ଣାଲ): ଜଳେଶ୍ୱର ବ୍ଲକ ନାମ୍ପୋ ଫାଣ୍ଡି ଅଧିନ ଦେବ କୁମାର ଗ୍ରାମରେ ଏକ ବିରାଟ ଅଘଟଣ ଘଟି ଯାଇଛି ! ଘଟଣାରୁ ଜଣା ପଡ଼ିଛି ଯେ ପଶ୍ଚିମବାର୍ଡ ଗ୍ରାମ ପଞ୍ଚାୟତ ଦେବାକୁମାର (ଗୌରିଦେଇପାଟଣା) ଗ୍ରାମର ସୁରେନ୍ଦ୍ର ଜେନା ପି:-ଦାଶରଥି ବୟସ-୫୫ ବର୍ଷ ଆଜି ସକାଳା ୫ଘଣ୍ଟା ୩୦ ମିନିଟ ସମୟରେ ଘରୁ ଚାଷ ଜମିକୁ ଗୋଟିଏ କୋଦାଳ, ବାହୁଙ୍ଗି, କୁଟା ଓ ମୁଢ଼ି଼ ଧରି ଚାଷ କରିବା ପାଇଁ ବାହାରି ଯାଇ ଥିଲେ, ମାତ୍ର ୬ ଘଣ୍ଟା ୩୦ ମିନିଟ ସମୟରେ ଖବର ଆସିଲା ସୁରେନ୍ଦ୍ରର ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇ ଗଲା !

ଏ ଖବର ସଙ୍ଗେ ସଙ୍ଗେ ପ୍ରଚାର ହେବା ସହ ବହୁତ ଲୋକ କରେଣ୍ଟ ଖାଇଥିବା ଚାଷ ଜମିକୁ ଦୌଡ଼ି ଯାଇ ଶବକୁ ପଶ୍ଚିମବାର୍ଡ ଡାକ୍ତରଖାନାକୁ ନେଇ ଯାଇଥିଲେ, ମାତ୍ର ଡାକ୍ତର ନ ଥିବାରୁ କମ୍ପାଉଣ୍ଡର ମୃତ ଘୋଷଣା କଲେ ! ହୃଷିକେଶ ପଣ୍ଡା ନାମକ ବ୍ୟକ୍ତିଙ୍କ ସେଲୋ ଟିଉୟେଲକୁ ତିନି ତାର ବିଶିଷ୍ଟ ବାଉଁଶ ଖୁଣ୍ଟରେ ବିଦ୍ୟୁତ ଯୋଗାଇ ଥିଲେ ଓ ଏହି ତାର ମାତ୍ର ୨ ଫୁଟ ଉଚ୍ଚତା ରେ ଥିଲା, ଲୋକଟି ଅନ୍ଧାରୁଆ ସମୟରେ ଉଳେଇଥିବା ବିଦ୍ୟୁତ ତାରକୁ ଦେଖି ନ ପାରି ଦେହରେ ଆଘାତ ଖାଇ ସଙ୍ଗେ ସଙ୍ଗେ ମୃତ୍ୟୁ ହୋଇଥିଲା !

ଜନସାଧାରଣ ଶବକୁ ନେଇ ସେଲୋ ମାଲିକ ହୃଷୀକେଶ ପଣ୍ଡାଙ୍କ ଘର ସମ୍ମୁଖରେ ରଖି ଅନଶନରେ ବସିଥିଲେ ଓ ତାଙ୍କର ୪ ଟି ଦାବି ରଖିଥିଲେ , ସେ ଗୋଡ଼ିକ ହେଲା, ୧) ମୃତ ପରିବାର ପ୍ରତିପୋଷଣ ପାଇଁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ୨) ଦୋଷୀ ହୃଷୀକେଶ ପଣ୍ଡାଙ୍କୁ ତୁରନ୍ତ ଆରେଷ୍ଟ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ୩) ସବୁଦିନ ପାଇଁ ଶ୍ରୀ ପଣ୍ଡାଙ୍କ ମିନି ଗୋଡ଼ିକ ଅକାମି କରିବା ଓ ୪) ମୃତକଙ୍କର ପରିବାରକୁ ଜଣଙ୍କୁ ବିଦ୍ୟୁତ ବିଭାଗ ଦ୍ଵାରା ସ୍ଥାୟୀ ନିଯୁକ୍ତି ପ୍ରଦାନ କରିବା ଦାବିରେ ଅନଶନରେ ରମେଶ ପାତ୍ର, ଭୂପତି ମିର୍ଦ୍ଧା, ଶେଖ ଜୈନୁଲାବେଦ୍ଦିନ, ବାପୁଜି ଦାସ, ଅଶ୍ଵନି ଦାସ ଅଧିକାରୀ, ପ୍ରଦୀପ ଜେନା, ଶ୍ୟାମ ସୁନ୍ଦର ଜେନା, କାର୍ତ୍ତିକ ଜେନା, ରବୀନ୍ଦ୍ର ଜେନା ଓ ଜଗବନ୍ଧୁ ଜେନା ପ୍ରମୁଖ ନେତୃତ୍ୱରେ ବସିଥିଲେ, ଘଟଣା ସ୍ଥଳରେ ଜଳେଶ୍ୱର ତହସିଲଦାର ଅଭିମନ୍ୟୁ ପଣ୍ଡା, ଜଳେଶ୍ୱର ଆଇ.ଆଇ.ସି. ପ୍ରଦୀପ କୁମାର ମାଝୀ,  ଏସ.ଆଇ. ଦିଲ୍ଲୀପ କୁମାର ସାମଲ, ଏ.ଏସ.ଆଇ ଭଗବାନ ଦାସ, ସଦାନନ୍ଦ ନାୟକ, ରାମକୃଷ୍ଣ ସେଠି, ସଦାଶିବ ବିଶ୍ୱାଳ ଓ ଅନ୍ୟ ପୋଲିସ କର୍ମଚାରୀ ଅନଶନରତ ଲୋକଙ୍କୁ ବହୁତ ବୁଝାସୁଝା କରିବା ଫଳରେ ଅନଶନକାରୀ ଅନଶନରୁ ଉଟିଥିଲେ ଓ ମୃତକଙ୍କ ସ୍ତ୍ରୀ ପୂର୍ଣ୍ଣିମା ଜେନାଙ୍କୁ ଅଗ୍ରୀମ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ ଓ ବିଦ୍ୟୁତ ବିଭାଗ ସହ ଦୋଷୀ ହୃଷିକେଶ ପଣ୍ଡାଙ୍କ ମଧ୍ୟରେ ଥାନାରେ ବସିବାର ତହସିଲଦାର ପ୍ରତିଶୃତି ଦେବାପରେ ପରିବେଶ ଶାନ୍ତ ହୋଇ ଥିଲା, ରିପୋର୍ଟ- ଭୂପତି କୁମାର ପରିଡ଼ା, ଜଳେଶ୍ୱର !

error: Thank You Keep Visiting