ଭାଲୁ ଆକ୍ରମଣରେ ମହିଳା ଗରୁତର

An Independent Media

ନୀଳଗିରି,(ଓଡ଼ିଶା ଜର୍ଣ୍ଣାଲ):  ଭାଲୁ ଆକ୍ରମଣରେ ମହିଳା ଗୁରୁତ୍ୱର ହେବା କଥା ଜଣାପଡିଛି । ବିବରଣୀ ଅନୁଯାୟୀ, ନୀଳଗିରି ବ୍ଲକ ଅଧିନସ୍ଥ ମହିଷାପଟ୍ଟା ପଂଚାୟତ ଜାମୁବଣି ଗ୍ରାମର ମୀନତି ସିଂ(୪୦) ସକାଳ ୮ ଟା ବେଳେ ନିକଟସ୍ଥ ଜଙ୍ଗଲକୁ ଜାଳେଣି କାଠ ପତ୍ର ସଂଗ୍ରହ କରିବା ପାଇଁ ଯାଇ ୧୧ ଟା ବେଳେ ଫେରୁଥିବା ସମୟରେ ୨ ଗୋଟି ଭାଲୁ ଆକ୍ରମଣ କରିଥିଲେ । ଚିତ୍କାର ଶୁଣି ଗ୍ରାମବାସୀ ନିକଟସ୍ଥ ଜଙ୍ଗଲକୁ ପାଟିତୁଣ୍ଡ କରି ଯିବାରୁ ଭାଲୁ ୨ଟି ସ୍ଥାନଛାଡି ପଳାଇ ଯାଇଥିଲେ । ରକ୍ତ ଜୁଡୁବୁଡୁ ମୁର୍ମୁସ ଅବସ୍ଥାରେ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା କରାଯାଇଥିଲା । ଏଥିରେ ତାଙ୍କର ବାମଜଙ୍ଘ,ଆଖି, ଖପୁରୀ, ତାଳୁକାରେ ଗଭୀର କ୍ଷତ ସୃଷ୍ଟି ହୋଇଛି ।ଏଠାରେ ସୂଚନାଯୋଗ୍ୟ ଘନଜଙ୍ଗଲ ଆସ୍ତେ ଆସ୍ତେ ଗଛକଟାଳିଙ୍କ ଦ୍ୱାରା କମିଯାଉଥିବାରୁ ଜଙ୍ଗଲ ଜନ୍ତୁ ହିଂସ୍ର ହୋଇପଡିଥିବା ବେଳେ ସରକାର ଏଥିପ୍ରତି ଯତ୍ନବାନ ନହେଲେ ନର ଜନ୍ତୁ ମଧ୍ୟରେ ଆଗାମୀ ଭବିଷ୍ୟତରେ ଏଭଳି ଦୁର୍ଘଟଣା ଘଟିବ ବୋଲି ପରିବେଶବିତ୍ ମାନେ ମତବ୍ୟକ୍ତ କରିଛନ୍ତି ।

error: Thank You Keep Visiting