ବରିଷ୍ଠ ଶାଖା ପ୍ରବନ୍ଧକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ୟୁନାଇଟଡେ ବ୍ୟାଙ୍କ ଅଫ ଇଣ୍ଡିଆ ଜଗତସିଂହପୁର ଶାଖାର ବରିଷ୍ଠ ପ୍ରବନ୍ଧକ ପ୍ରଦୀପ୍ତ କିଶୋର ସାମଲଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ବ୍ୟାଙ୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ଯୁଗଳ କିଶୋର ମହାନ୍ତି ବରିଷ୍ଠ ପେନ୍ସନ୍ର ସଭାପତିତ୍ୱ କରିଥିଲେ । ଉକ୍ତ ସଭାରେ ସମ୍ମାନୀୟ ଅତିଥି ଭାବେ ଶାନ୍ତି ପ୍ରକାଶ ମହାପାତ୍ର ସହମହାପ୍ରବନ୍ଧକ ନାବାର୍ଡ ଓ ଅନିଲ କୁମାର ପଟ୍ଟନାୟକ ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଜଗତସିଂହପୁର ଯୋଗଦେଇଥିଲେ ।

ଉକ୍ତ ସଭାରେ ନୂତନ ବରିଷ୍ଠ ପ୍ରବନ୍ଧକ ମହେନ୍ଦ୍ର କୁମାର ସାହୁଙ୍କ ସ୍ୱାଗତ କରାଯାଇଥିଲା ଏବଂ ସେ ତାଙ୍କ ବକ୍ତବ୍ୟରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଚନ୍ଦନ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଶ୍ରୀଯୁକ୍ତ ସାମଲ ଏବଂ ତାଙ୍କ ସହଧର୍ମୀଣୀ ପ୍ରଭାତୀ ସାମଲଙ୍କୁ ବ୍ୟାଙ୍କ ତଥା ଗ୍ରାହକମାନଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ହୃଷିକେଶ ଚଇନି ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ କି ବିଦାୟୀ ଶ୍ରୀଯୁକ୍ତ ସାମଲ ଜଣେ ଦକ୍ଷ,ସଚ୍ଚୋଟ,ପରିଶ୍ରମୀ ତଥା ନିଷ୍ଠାପର ଅଫିସର ହିସାବରେ ତାଙ୍କ ସ୍ୱଳ୍ପ ସମୟ ମଧ୍ୟରେ ଆମ ମାନଙ୍କ ଗହଣରେ ଅତ୍ୟନ୍ତ ପ୍ରିୟଭାଜନ ହୋଇଥିଲେ ।

ତାଙ୍କ ଉତ୍ତମ ବ୍ୟବହାର ସମସ୍ତ ଗ୍ରାହକମାନଙ୍କୁ ସନ୍ତୁଷ୍ଟ କରିଥିଲେ । ବିଳାସ ଚନ୍ଦ୍ର ଲେଙ୍କା ତାଙ୍କ ବକ୍ତବ୍ୟରେ କହିଥିଲେ ଶ୍ରୀ ସାମଲ ଏହି ଶାଖା ପ୍ରତି ବିଶେଷ ଧ୍ୟାନ ଦେଇଥିଲେ ଯାହା ଦ୍ୱାରା ଗ୍ରାହକସେବା ତ୍ୱରାନ୍ୱିତ ହୋଇଥିଲା । ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁ ଅନାଦେୟ ଋଣ ଆଦାୟ ସହିତ ବ୍ୟାଙ୍କର ସାମାଜିକ ଉନ୍ନତି ହୋଇଥିଲା । ଶେଷରେ ବ୍ୟାଙ୍କର ଉପଶାଖା ପ୍ରବନ୍ଧକ ସୁଶ୍ରୀ ସଙ୍ଗିତା ସାହୁ ଧନ୍ୟବାଦ ଦେଇଥିଲେ । ଏହି ସଭାରେ ଅରୁଣ କୁମାର ମହାରଣା,ଲଳିତ କୁମାର ପରିଡା,ସନ୍ତୋଷ କୁମାର ସାହୁ,ସୁରେଶ ଚନ୍ଦ୍ର ମୁଦୁଲି,ଓମପ୍ରକାଶ ବଡୁ,ଅନନ୍ତ ଦାସ,ଧନେଶ୍ୱର ବିଶ୍ୱାଳ,ପ୍ରଶାନ୍ତ କୁମାର ନାୟକ,ସୁନିଲ ବିଶ୍ୱାଳ,ବାବାଜି ମୁଦୁଲି,ବିନୟ ମହାନ୍ତି,କ୍ଷୀରୋଦ କୁମାର ପାତ୍ର,ଜଗନ୍ନାଥ ସେଠୀ,ତଥା ବ୍ୟାଙ୍କର ସମସ୍ତ କର୍ମ·ରୀ ଯୋଗଦେଇଥିଲେ ।

error: Thank You Keep Visiting