ପବିତ୍ର ମହାଶିବରାତ୍ରି ଜାଗର ଯାତ୍ରା ଲାଗି ଆଖଣ୍ଡଳମଣି ପୀଠ ବେଶ ଚଳଚଂଚଳ
ଆରଡି (ଓଡ଼ିଶା ଜର୍ଣ୍ଣାଲ): ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଆରଡ଼ି ର ବାବା ଆଖଣ୍ଡଳମଣି ଧାମ ଆଜି ବେଶ ଚଳ ଚଞ୍ଚଳ ଦେଖିବାକୁ ମିଳିଥିଲା।ରୀତିନୀତି ଅନୁଯାୟୀ ଭୋର ୪ ଟା ରେ ମଙ୍ଗଳା ଆଳତି ପହିଲି ଭୋଗ ଘର୍ଷଣ ଲାଗି କରା ଯାଇଥିଲା।ଭିଡକୁ ଦୃଷ୍ଟି ରେ ରଖି ମନ୍ଦିର ଏବଂ ପୋଲିସ ପ୍ରଶାସନ ଓ ସେବାୟତ ସଙ୍ଘ ମିଳିମିଶି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା।