ଦୋଆବ ଅଞ୍ଚଳରେ ବିଧାୟିକାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ
ତିର୍ତ୍ତୋଲ,(ଓଡ଼ିଶା ଜର୍ଣ୍ଣାଲ) : ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଦୋଆବ ଅଞ୍ଚଳରେ ତିର୍ତ୍ତୋଲ ବିଧାୟିକା ଡ଼. ରାଜଶ୍ରୀ ମଲ୍ଲିକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବ୍ଲକ ଅନ୍ତର୍ଗତ ଦୋଆବ ଅଞ୍ଚଳର କୋଲର ପଞ୍ଚାୟତ କଣ୍ଟିକଣ ଗ୍ରାମ ଠାରୁ ଗୋପାଳପୁର(ଶ) ପଞ୍ଚାୟତ ଡ଼େରକଣା-ବାଜେଢ଼ଣୁଆ କେନାଲ ଉପରେ ନୂତନ ବିଜୁସେତୁର ଶିଳାନ୍ୟାସ କରିବାପରେ ଏକ ବିରାଟ ପଟୁଆରରେ ଗୋପାଳପୁର(ଶ) ପଞ୍ଚାୟତ ସରଳପୁର ଗ୍ରାମରେ ପହଞ୍ଚି ମଲ୍ଲିକସାହି ଢ଼ଳେଇ ରାସ୍ତା, କନିମୂଳ ପଞ୍ଚାୟତର ମିର୍ଜାପୁର ଗ୍ରାମର ଶ୍ରୀ ଶ୍ରୀ ଶଙ୍କଟମୋଚନ ମନ୍ଦିର ର ପୁନରୁଧାର, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନାରିଜଙ୍ଗଠାରୁ ଗଇଠିପୁର ରାସ୍ତାର ଉନ୍ନତିକରଣ, ମତ୍ତଗଜକୁର ମା ରାମଚଣ୍ଡି ମିଶନଶକ୍ତି ନୂତନଗୃହ, ପୂର୍ତ୍ତବିଭାଗ ରାସ୍ତାଠାରୁ ନୂଆଗାଁ ରାସ୍ତାର ଉନ୍ନତି କରଣର ଶିଳାନ୍ୟାସ କରିବା ସହିତ ସରଳପୁର ଅଙ୍ଗନୱାଡ଼ି କେନ୍ଦ୍ରର ଶୁଭଉଦଘାଟନ କରିଥିଲେ ।
ତିର୍ତ୍ତୋଲ ବିଧାୟିକା ଡ଼ା. ରାଜଶ୍ରୀ ମଲ୍ଲିକଙ୍କ ସମତେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ପଞ୍ଚାୟତସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି, ୧ନଂ ଜୋନର ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ଜିଲ୍ଲାପରିଷଦ ସଭ୍ୟ ପ୍ରବୀର ରାୟ, ଗୋପଳପୁର (ଶ) ପଞ୍ଚାୟତ ସରପଞ୍ଚ କୃଷ୍ଣ ପ୍ରସାଦ ଦାସ, ଯୁବସଂଗଠକ ତପନ କୁମାର ମହାନ୍ତି, ନିଲୁ ଚରଣ ଜେନା, କୃଷ୍ଣାନନ୍ଦପୁର ପଞ୍ଚାୟତ ପୂର୍ବତନ ସମିତିସଭ୍ୟ ମହମ୍ମଦ ଆଜାଦ ଅହେମଦ, ବ୍ଲକ ଛାତ ଜନତା ସଭାପତି ମହମ୍ମଦ ମାଜୁଦ ଅଲ୍ଲି, ବିଷନପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ବିଷ୍ଣୁ ଚରଣ ଦାସ, କନିମୂଳ ପଞ୍ଚାୟତ ପୂର୍ବତନ ସମିତିସଭ୍ୟ ଗୋପିନାଥ ଦାଶ, କନିମୂଳ ପଞ୍ଚାୟତ ଯୁବ ସଂଗଠକ ପ୍ରଶାନ୍ତ ରାଉତ, ଦିଲିପ ମହାନ୍ତି, ନିପ୍ରବ ବେହେରା, ପୃଥିରାଜ ପତି, ସୁରଥ ମଲ୍ଲ, ସୌମେନ୍ଦ୍ର ଦଳାଇ, ରାକା ଦଳାଇ, ସେକ୍ ଅଜଗର ଅଲ୍ଲି, ନବଘନ ମଲ୍ଲିକ, ପୂଣ୍ଣଚନ୍ଦ୍ର ରାଉତ, ଦୂର୍ଯ୍ୟଧନ ମଲ୍ଲିକ, କ୍ଷୀରୋଦ ମଲ୍ଲିକ, ପ୍ରଫୁଲ ଦାସ, ବେନୁ ଚରଣ ରାୁତ, ତପୁଲା ଦାସ, ଚିତ୍ତରଞ୍ଜନ ମହାନ୍ତି, ସୁମନ୍ତ କୁମାର ରାଉତ, ଶରତ ନାୟକ, ମା ରାମଚଣ୍ଡି ଏସଏଚଜି ଗୃପର ସଭାପତି ଲୋଭାଶିନି ମହାନ୍ତି, ସମ୍ପାଦକ ଆରତି ପଣ୍ଡା ଓ ସଦସ୍ୟା, ସେକ୍ ମୁବାରକ ଅଲ୍ଲି, ସେକ୍ ତନୱର ଅଲ୍ଲି, କାନନ ଦା. ସେକ୍ ହାଇଦର ଅଲ୍ଲି ଙ୍କ ସମେତ ୫ଟି ପଞ୍ଚାୟତର ଶତାଧିକ ବିଜେଡ଼ି କର୍ମୀ ଯୋଗଦେଇଥିଲେ ।