କନକପୁର ପଞ୍ଚାୟତ ଆନୁକୂଲ୍ୟରେ ଝଙ୍କଡ଼ ଶାରଳା ନୌକାବିହାରର ଶୁଭାରମ୍ଭ

Straight to the Point

ତିର୍ତ୍ତୋଲ(ଓଡ଼ିଶା ଜର୍ଣ୍ଣାଲ) :ଜଗତସିଂହପୁର ଜିଲ୍ଲାର ପୂରାତନ ପ୍ରସିଦ୍ଧ ଶକ୍ତିପୀଠ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ କନକପୁରର ମା ଶାରଳାଙ୍କ ପୀଠକୁ ପ୍ରତ୍ରେହ ସହସ୍ରାଧିକ ଶ୍ରଦ୍ଦାଳୁ ଓ ପର୍ଯ୍ୟଟକ ଆସିଥାଆନ୍ତି । ପର୍ଯ୍ୟଟକ ମାନଙ୍କ ଚିତ୍ତବିନୋଦନ ପାଇଁ ତିର୍ତ୍ତୋଲ ବ୍ଲକ ଅଧିନସ୍ଥ କନକପୁର ପଞ୍ଚାୟତ କାର୍ଯ୍ୟାଳୟ ସଂଲଗ୍ନ ପଟ୍ଟନାକିଆ ପୁଷ୍କରିଣୀରେ ପଞ୍ଚାୟତ ପକ୍ଷରୁ ଝଙ୍କଡ଼ ଶାରଳା ନୌକା ବିହାରର ଉଦ୍ଘାଟନ ହୋଇଯାଇଛି । ଜିଲ୍ଲାର ପ୍ରଥମ ନୌକା ବିହାରକୁ ମା ଶାରଳା ମନ୍ଦିରର ବଡ଼ପଣ୍ଡା ପ୍ରଜ୍ଞାଦୀପ୍ତ ପଣ୍ଡା ମୁଖ୍ୟଅତିଥିଭାବେ ଯୋଗଦେଇ ପ୍ରଦ୍ୱୀପ ପ୍ରଜ୍ୱଳନ ଓ ମନ୍ତ୍ର ଉଚ୍ଚାରଣ କରି ନୌକାବିହାରର ଶୁଭ ଉଦ୍ଘାଟନ କରିଥିଲେ । କନକୁପର ସରପଞ୍ଚ ନମିତା ରାଉଳଙ୍କ ଅଦମ୍ୟ ପ୍ରଚେଷ୍ଟାରେ ପ୍ରଥମକରି ଜଗତସିଂହପୁ ଜିଲ୍ଲାରେ ଏହି ନୌକାବିହାର କାର୍ଯ୍ୟକ୍ରମର ସଫଳ ରୁପାୟନ ହୋଇପାରିଛି ।

ଏହି କାର୍ଯ୍ୟକ୍ରମରେ ସମାଜସେବୀ ବିରଜା ପ୍ରସନ୍ନ ପରିଜା, ବିଶିଷ୍ଟ ଚାଷୀ ଦେବବ୍ରତ ମହାନ୍ତି, ଶାରଳା ସଂସ୍କୃତି ମହିମା ପ୍ରଚାରକ ରମାକାନ୍ତ ରାଉଳ ପ୍ରମୁଖ ଯୋଗଦେଇ ଝଙ୍କଡ଼ ଶାରଳା ପୀଠକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଏହି ନୌକା ବିହାର ବିଶେଷ ଆକର୍ଷଣ ପାଲଟିବା ସହିତ ଚିତ୍ତବିନୋଦନ କରିପାରିବବୋଲି ମତବ୍ୟକ୍ତ କରିଥିଲେ । ନୃସିଂହ ଚରଣ ରାଉଳ ଅତିଥିମାନଙ୍କୁ ସ୍ୱାଗତ କରିଥିବାବେଳେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍ଘାଟନି ଫଳକରେ ତିର୍ତ୍ତୋଲ ବିଧାୟିକା ଡ଼. ରାଜଶ୍ରୀ ମଲ୍ଲିକ, ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ବିଶ୍ୱାଳ, ପଞ୍ଚାୟତ ସମିତିଅଧ୍ୟକ୍ଷା ସୁଜାତା ମହାନ୍ତି, ରାଜ୍ୟସଭା ସାଂସଦ ରଞ୍ଜିବ୍ ବିଶ୍ୱାଳ ପ୍ରମୁଖଙ୍କ ନାମ ଉଲ୍ଲେଖ ଥିବାବେଳେ ସେମାନେ ଏହି ଉଦ୍ଘାଟନ ଉତ୍ସବରେ ଯୋଗନଦେବାକୁ ନେଇ ଏହା ଏକ ଗୋଷ୍ଠୀର ଚକ୍ରାନ୍ତ ବୋଲି ଆଲୋଚନା ହେଉଥିଲା । ପଞ୍ଚାୟତ ମହିଳା ସ୍ୱଂୟସହାୟକ ଗୋଷ୍ଠୀ, ଗ୍ରାମବାସୀ ସହସ୍ରାଧିକ ସଙ୍ଖ୍ୟାରେ ଯୋଗଦେଇ ହୁଳହୁଳି ହରିବୋଲ ଧ୍ୱନିରେ ପୁଷ୍କରିଣୀ ଘାଟକୁ ପ୍ରକମ୍ପିତ କରିଥିଲେ । ସର୍ବଶ୍ରୀ ନିମାଇଁ ଚରଣ ରାଉଳ, ଦି୍ୱଜବର ବାରିକ୍, ରବି ନାରାୟଣ ଆଚାର୍ଯ୍ୟ, ସୁଧିର କୁମାର ଦାଶ, ସୁଦାମ ଚରଣ ମଲ୍ଲିକ୍ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

error: Thank You Keep Visiting