ନୂତନ ଭୋଟ୍ ପରିଚୟ ପତ୍ର ବଣ୍ଟନ କାର୍ଯ୍ୟକ୍ରମ
ତିର୍ତ୍ତୋଲ(ଓଡ଼ିଶା ଜର୍ଣ୍ଣାଲ) : ତିର୍ତ୍ତୋଲ ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ୨୦୧୮-୧୯ ମସିହା ପାଇଁ ନୂତନଭାବେ ଭୋଟର ତାଲିକାରେ ସ୍ଥାନ ପାଇଥିବା ନୂତନ ମତଦାତାଙ୍କୁ ପରିଚୟ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତହସିଲଦାର ସୁଜାତା ପାତ୍ର, ତିର୍ତ୍ତୋଲ ମଣ୍ଡଳ ଉନ୍ନୟନ ଅଧିକାରୀ ରଞ୍ଜନ କୁମାର ପରିଡ଼ା, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସଞ୍ଜୟ ଦାସ, ଶିଶୁ କଲ୍ୟାଣ ବିଭାଗ ଅଧିକାରୀଣୀ ତନୁପ୍ରଭା ବେଉରା, ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ପଣ୍ଡା, ସୁଶ୍ରୀ ସଙ୍ଗିତା ଖଟୁଆ, ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) କବିତା ସେଠୀ, ସ୍ୱର୍ଣ୍ଣଲତା ଦାସ, ଜ୍ୟୋସ୍ନାରାଣୀ ପରିଜା, ନିଳିମା ସାହୁ, ଶ୍ରଦ୍ଧାଞ୍ଜଳୀ ଦାସ, ସବିତା ଦାସ ପ୍ରମୁଖ ଯୋଗଦେଇ ୨ ଶହରୁ ଉର୍ଦ୍ଧ ନୂତନ ମତଦାତାଙ୍କୁ ଫଟୋ ପରିଚୟ ପତ୍ର ପ୍ରଦାନ କରିଥିବାବେଳେ ମୁଖ୍ୟ କିରାଣୀ କମଳାକାନ୍ତ ମଲ୍ଲିକ, ବରିଷ୍ଟ କିରାଣୀ ବିଭୂ ପ୍ରସାଦ ସେଠୀ, ପିଓନ ଅକ୍ଷୟ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।