ତିର୍ତ୍ତୋଲ ବ୍ଲକରେ ପଞ୍ଚାୟତରାଜ ଦିବସ ପାଳନ

Straight to the Point

ତିର୍ତ୍ତୋଲ,(ଓଡ଼ିଶା ଜର୍ଣ୍ଣାଲ) : ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତରାଜ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ତିର୍ତ୍ତୋଲ ପଞ୍ଚାୟତସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି ସଭାପତିତ୍ୱ କରିଥିବାବେଳେ ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ୧ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ୨ ନଂଜୋନ ଜିଲ୍ଲାପରିଷଦ ସଭ୍ୟ ପ୍ରବୀର ରାୟ ପ୍ରମୁଖ ଯୋଗଦେଇଥିଲେ । ଏଥିରେ ପାଲା ଗାୟକ ଶିଶିର କୁମାର ପଣ୍ଡା ଓ ସାଥିଙ୍କ ଦ୍ୱାରା ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ ପଞ୍ଚାୟତ ରାଜ ଦିବସର ଗୁରୁତ୍ୱ ସମ୍ପର୍କରେ ପାଲା ପରିବେଷଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଞ୍ଚାୟତର ସ୍ୱଂୟସହାୟକ ଗୋଷ୍ଠୀର ମହିଳା, ଅଙ୍ଗନୱାଡ଼ି କର୍ମୀ, ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଶତାଧିକ ଜନସାଧାରଣ ଯୋଗଦେଇଥିଲେ । କୋଷାଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ, ଓଏଲଫାର ଅଫିସର ପ୍ରଦୀପ୍ତ ଦଳାଇଙ୍କ ସମେତ ବ୍ଲକ କର୍ମଚାରୀ ପରିଚାଳନା କରିଥିଲେ ।

error: Thank You Keep Visiting