ଜିଲ୍ଲା ବିଜେଡି ପକ୍ଷରୁ ୧୦୩ତମ ବିଜୁ ଜନ୍ମ ଜୟନ୍ତୀ ପାଳିତ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ) : ଜଗତସିଂହପୁର ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୩ତମ ଜନ୍ମ ଜୟନ୍ତୀ ସ୍ଥାନୀୟ ନିମାଇଁ ଭବନ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଥାନା ଛକ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ ପରେ ଏକ ଶୋଭାଯାତ୍ରାରେ ସ୍ଥାନୀୟ ନିମାଇଁ ଭବନ ଠାରେ ପହଞ୍ଚିଥିଲେ । ପରେ ପରେ ଏକ ସଭାର ଆୟୋଜନ କରାଯାଇଥିଲା ।

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଜୁ ଯୁବ ଜନତା ଦଳର ସଭାପତି ଅମରେନ୍ଦ୍ର ଦାସ,ବରିଷ୍ଠ ଆଇନଜୀବୀ ରାଜକିଶୋର ଖଟୁଆ,ସଂଖ୍ୟା ଲଘୁସେଲର ମିର ଆଜମିର ଅଲ୍ଲି,ଛାତ୍ର ନେତା ପ୍ରଦୀପ୍ତ ଭୂୟାଁ,ଜିଲ୍ଲା ପରିଷଦ ସଭ୍ୟା କିରଣବାଳା ସାସମଲ,ବିଜେଡି ସଂପାଦିକା ମିନତି ଦାସ,କନକପ୍ରଭା ଲେଙ୍କା,ମନୋଜ ଭୋଇ,ରବିନାରାୟଣ ଜେନା ଯୋଗଦେଇ ସ୍ୱର୍ଗତ ବିଜୁ ବାବୁଙ୍କ ସ୍ମୃତି ·ରଣ କରିବା ସହିତ ସେ ଓଡିଶା ପାଇଁ ଛାଡି ଯାଇଥିବା କୀର୍ତ୍ତି କୁ କିପରି ଉଜ୍ଜିବିତ ରଖାଯିବ ସେ ସଂପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଦୋଳଗୋବିନ୍ଦ ଦାଶ,ଦିପ୍ତି ଦାସ,ସାଧାରଣ ସଂପାଦକ ସରୋଜ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।

error: Thank You Keep Visiting