ଜଗତସିଂହପୁରଠାରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ) : ସ୍ଥାନୀୟ ସର୍କିଟ ହାସର କଲ୍ୟାଣ ମଣ୍ଡପଠାରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ ଯୋଗଦେଇ କହିଲେ ଆଜି ହେଉଛି ଏକ ପବିତ୍ର ଦିବସ । ଏହି ଦିବସରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶନୀ ବିଶ୍ୱାଳ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୂଖୀ ଯୋଜନା ଫଳରେ ଗାଁ ସହରରେ ପରିଣତ ହୋଇଛି । ଏହି ଦିବସରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର କହିଲେ ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପଞ୍ଚାୟତିରାଜ ଦିବସ ବ୍ୟବସ୍ଥା ମାଧ୍ୟମରେ ଗ୍ରାମଞ୍ଚଳ ଲୋକମାନଙ୍କୁ ସଶକ୍ତିକରଣ କରିଥିଲେ ।

ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ,ବ୍ଲକ ଚେୟାରମ୍ୟାନ ବିଜୟଲକ୍ଷ୍ମୀ ବେହେରା,ଜିଲ୍ଲାପରିଷଦ ସଭ୍ୟା କିରଣବାଳା ସାସମଲ ପ୍ରମୁଖ ଯୋଗଦେଇ ପଞ୍ଚାୟତିରାଜ ଦିବସ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଗୃହ ନିର୍ମାଣ ଯୋଜନାରେ ଯେଉଁ ହିତାଧିକାରୀ ମାନେ ୪ମାସ ଓ ୬ମାସ ମଧ୍ୟରେ ନିର୍ମାଣ ଶେଷ କରିଛନ୍ତି ସେମାନଙ୍କୁ ୧୦ହଜାର ଓ ୨୦ହଜାର ଆର୍ଥୀକ ରାଶି ବଣ୍ଟନ ସହିତ ନିର୍ମାଣ ଶ୍ରମିକ ଯୋଜନାରେ ହିତାଧିକାରୀମାନଙ୍କୁ ୧ଲକ୍ଷ ୨୦ହଜାର ଟଙ୍କାର କାର୍ଯାଦେଶ ବଣ୍ଟନ କରାଯାଇଥିଲା । ଦିନଦୟାଲ ଉପାଧ୍ୟୟ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ନିର୍ଦ୍ଦେଶକ ବ୍ରଜ ଗୋପାଳ ଆ·ର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ଉପନିର୍ଦ୍ଦେଶକ,ବିଡିଓ ଲଗ୍ନଜିତ୍ ରାଉତ,ଜିଲ୍ଲାସୂଚନା ଓଲୋକସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ଓ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ଜନସାଧାରଣ ପ୍ରମୁଖ ଯୋଗଦେଇଥିଲେ ।

error: Thank You Keep Visiting