ମାଘ ମେଳା ଉତ୍ସବ ଉଦ୍ଯାପିତ
ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ) : ରଘୁନାଥପୁର ଅଂଚଳରେ ଅନୁଷ୍ଠିତ ହୋଇଥିବା ମାଘମେଳା ଆଜି ଉଦ୍ଯାପିତ ହୋଇଯାଇଛି । ଏହି ୧୨ ଦିନ ଧରି ଚାଲିଥିବା ମାଘ ମେଳା ଉତ୍ସବରେ ପ୍ରାୟ ୩ ଲକ୍ଷରୁ ଉଦ୍ଧ୍ୱର୍ ଜନ ସମାବେଶ ହୋଇଥିଲେ । ଏହି ୧୨ ଦିନ ଧରି ମହାସମାରୋହରେ ଗତ କାଲି ରାତିରେ ଉଦଯାପିତ ହୋଇଯାଇଛି । ମାଘମେଳା ପାଇଁ ରଘୁନାଥପୁର ଅଂଚଳ ୧୨ ଦିନ ଧରି ଉତ୍ସବ ମୁଖର ହୋଇଉଠିଥିଲା । ଏହି ଉତ୍ସବ ଆଜକୁ ୧୪୦ ରେ ପଦାର୍ପଣ କରିଅଛି । ରଘୁନାଥପୁର ନାରାୟଣ ମନ୍ଦିରର ବାର୍ଷିକ ଉତ୍ସବ ପ୍ରତିବର୍ଷ ମାଘ ପୁର୍ଣ୍ଣମା ଦିନ ଅନୁଷ୍ଠିତ ହୋଇଥାଏ । ଏହାର ଦୁଇ ଦିନ ପରେ ମାଘମେଳା ଉତ୍ସବ ଆରମ୍ଭ ହୋଇଥାଏ । ଏହି ମାଘିମେଳା ଉତ୍ସବରେ ରାଜ୍ୟର ବହୁ ପ୍ରତିଷ୍ଠିତ ଯାତ୍ରା ଅପେରାମାନେ ଯାତ୍ରା ପରିବେଷଣ କରୁଛନ୍ତିି । ଏହି ମାଘମେଳା ଉତ୍ସବଟି ରଘୁନାଥପୁର ଅଂଚଳର ବାଲି ଯାତ୍ରା ଅଟେ ।
ଏହି ଉତ୍ସବରେ ଓଡିଶାର ବିଭିନ୍ନ ଅଂଚଳରୁ ବ୍ୟବସାୟୀ ମାନେ ଆସି ସେମାନେ ଦୋକାନ ବଜାର ବସାଇଥିଲେ । ତା ସାଙ୍ଗକୁ ପିଲାମାନଙ୍କ ପାଇଁ ବିଭିନ୍ନ ଦୋଳି ସାଙ୍ଗକୁ ରଙ୍ଗ ବେରଙ୍ଗର ଆଲୋକଶଯ୍ୟା ସହିତ ବିଭିନ୍ନ ନୃତ୍ୟ ଗୀତ ପରିବେଷଣ ହୋଇଥିଲା । ଏହି ମାଘମେଳା ଉତ୍ସବଟିକୁ ଦେଖିବା ପାଇଁ ରଘୁନାଥପୁର ବ୍ଲକ, ବିରିଡି ବ୍ଲକ, ନିଶ୍ଚିତ କୋଇଲି ବ୍ଲକ, କଟକ ସଦର ବ୍ଲକ, ତିର୍ତ୍ତୋଲ ବ୍ଲକ, ଜଗତ୍ସିଂହପୁର ବ୍ଲକର ପ୍ରାୟ ୨୦୦ରୁ ଉଦ୍ଧ୍ୱର୍ ଗ୍ରାମର ହଜାର ହଜାର ଲୋକ ପ୍ରତିଦିନ ସମାବେଶ ହୋଇ ବିଭିନ୍ନ ପ୍ରକାରର ଜିନିଷ ପତ୍ର କିଣାକିଣି କରୁଛନ୍ତି ।
ବିଶେଷ କରି ଏହି ମେଳା ଦେଖିବାପାଇଁ ମା ଝିଅ ମାନେ ଅଧିକ ସଂଖ୍ୟାରେ ଯୋଗଦେଇଥିଲେ । ଏହି ମେଳା ୧୨ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହି ମାଘମେଳା କମିଟିର ସଭାପତି ଉତ୍ତମ ସାହାଣିଙ୍କୁ ସ୍ଥାନୀୟ ଶତାଧିକ ଯୁବକମାନେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା ରେ ସାହାଯ୍ୟ କରିଥିଲେ । ରଘୁନାଥପୁର ଥାନା ଆଇଆଇସି ବବିତା ଦଳାଇ ଏହି ମେଳାରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସଦଳବଳେ ଉପସ୍ଥିତ ଥିଲେ । ଏହି ମେଳାରେ ପ୍ରାୟ ୨୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର କାରବାର ହୋଇଅଛି ।