ଜଗତସିଂହପୁରରେ ଦ୍ୱିତୀୟ ପର୍ଯ୍ୟାୟ ଇଭିଏମ୍-ଭିଭିପାଟ ସଚେତନତା ଅଭିଯାନ ଶୁଭାରମ୍ଭ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆଠାରେ ଦ୍ୱିତୀୟ ପର୍ଯ୍ୟାୟ ଇଭିଏମ-ଭିଭିପାଟ ସଚେତନତା ଯାନ ଗୁଡିକୁ ଜିଲ୍ଲାପାଳ ଗୁହାପୁନମ ତାପସ କୁମାର ପତାକା ହଲାଇ ଶୁଭାରମ୍ଭ କରିଥିଲେ । ଭୋଟରମାନଙ୍କୁ ଇଭିଏମ-ଭିଭିପାଟ ମାଧ୍ୟମରେ ମତଦାନ କରିବା ନିମନ୍ତେ ଅଭ୍ୟସ୍ତ କରାଇବା ପାଇଁ ୨ୟ ପର୍ଯ୍ୟାୟ ସଚେତନତା ଅଭିଯାନ ମାର୍ଚ୍ଚ ୬ତାରିଖ ଠାରୁ ଆରମ୍ଭ ହୋଇଛି । ଭୋଟ ଦେବାବେଳେ ଭିଭିପାଟ ସ୍କ୍ରନ୍ରେ ପ୍ରାର୍ôଥଙ୍କ କ୍ରମିକ ସଂଖ୍ୟା,ନାମ ଏବଂ ନିର୍ବାଚନ ସଙ୍କେତ ୭ସେକେଣ୍ଡ ପାଇଁ ପ୍ରଦର୍ଶିତ ହେବ ।

ଜିଲ୍ଲାରେ ୪ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୮ଟି ଯାନ ସହ ୨୮ଟି ଦଳ ନିୟୋଜିତ ହୋଇଛନ୍ତି । ପ୍ରତ୍ୟେକ ଟିମ ପ୍ରତିଦିନ ୪ଟି ଗାଁ ପରିକ୍ରମା କରି ଭୋଟରମାନଙ୍କୁ ଇଭିଏମ-ଭିଭିପାଟର ବ୍ୟବହାର ସଂପର୍କରେ ସଚେତନ କରାଇବେ । ବ୍ଲକର ବିଡିଓ ଓ ପୌର ପରିଷଦ ନିର୍ବାହୀ ଅଧିକାରୀ ମାନେ ରୁଟ ·ଟ ପ୍ରସ୍ତୁତ କରି ଏହି ଅଭିଯାନକୁ ତ୍ୱରାନ୍ୱିତ କରିବେ । ପ୍ରତ୍ୟେକ ଗାଁରେ ଅନ୍ୟୁନ ୧୦୦ଟି ମକ୍ପୋଲ କରାଯିବ । ମାର୍ଚ୍ଚ ୧୦ତାରିଖରେ ଜିଲ୍ଲା,ସବ୍ଡିଭିଜନ ଓ ବ୍ଲକସ୍ତରରେ ସ୍ୱତନ୍ତ୍ର ଅଭିଯାନ ଦିବସ ଅନୁଷ୍ଠିତ ହେବ । ଏହି ଦିବସରେ ରାଜନୈତିକ ଦଳର ପ୍ରତିନିଧି ମକ୍ପୋଲ ଓ ଭିଭିପାଟ ସଂପର୍କରେ ସଚେତନ କରାଯିବ । ଏହି ସଚେତନତା ଅଭିଯାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ,ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି,ସହକାରୀ ଜିଲ୍ଲାପାଳ ନିର୍ବାଚନ ବିନୀତା ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting