ଅରଜଙ୍ଗ ଗ୍ରାମର ନାଗସାପ ଆବିର୍ଭାବ : ଲୋକେ କଲେ ପୂଜାର୍ଚ୍ଚନା

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ) : ତିର୍ତ୍ତୋଲ ଥାନା ଅନ୍ତର୍ଗତ ଅରଜଙ୍ଗ ଗ୍ରାମ ଗହିର ମଝିରେ ଥିବା ଏକ ବହୁ ପୁରାତନ ହୁଙ୍କାରେ କିଛି ନାଗସାପ ରତିକ୍ରିଡ଼ା କରୁଥିବା ଲୋକେ ଦଖିବାକୁ ପାଇଥିଲେ । ପୁରୁଣା ମାଟିହୁଡ଼ା ଉପରେ କିଛି ଲିମ୍ବ ଓ ସାହାଡ଼ା ଗଛ ଥିବା ସହିତ ଅନେକ ଗୁଡ଼ିଏ ଗର୍ତ ଥିବା ଦେଖିବାକୁ ମିଳିଥିଲା । ଏହି ହୁଙ୍କାରୁ ଏକାଧିକ ନାଗସାପ ଏକ ସଙ୍ଗରେ ବାହାରିବାକୁ ନେଇ ସ୍ଥାନୀୟ ଲୋକେ ଠାକୁରଙ୍କ ଆବିର୍ଭାବ ବୋଲି ଆଲୋକସଜ୍ଜା, ମାଇକ୍, ପାନୀୟ ଜଳର ସୁବିଧା ସହିତ ସ୍ଥାନୀୟ ଅଞ୍ଚଳକୁ ବାଢ଼ା ବନ୍ଦି କରିଥିଲ । ଏମିତିକି କେତେକ ବଦାନ୍ୟ ବ୍ୟକ୍ତି ରୋଷେଇ କରି ଅନ୍ନପ୍ରସାଦ ବିତରଣ କରିଥିଲେ । ଏହି ନାଗସାପ ରୁପି ଭଗବାନଙ୍କୁ ଦର୍ଶନ କରିବା ପାଇଁ ସହସ୍ରାଧିକ ଲୋକେ ରୁଣ୍ଡହୋଇ ହରିବୋଲ ହୁଳହୁଳି ପକାଉଥିଲ ମଧ୍ୟ ଏହି ସାପମାନେ ସ୍ଥାନ ପରିତ୍ୟାଗ କରୁନଥିବା ଦେଖିବାକୁ ମିଳିଥିଲା ।

error: Thank You Keep Visiting