ଅଳିଆ ଆବର୍ଜନା ଭରା ପବିତ୍ର ଆଖଣ୍ଡଳମଣି ପୀଠରେ ଥିବା ଶିବ ଗଙ୍ଗା ପୁଷ୍କରିଣୀ
ଆରଡ଼ି,(ଓଡିଶା ଜର୍ଣ୍ଣାଲ): ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ର ବାବା ଆଖଣ୍ଡଳମଣି ପୀଠ। ପ୍ରତିଦିନ ଏହି ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ଛୁଟି ଆସିଥାନ୍ତି ।ଏହି ପୀଠକୁ ରାଜ୍ୟ ସରକାର ଙ୍କ ଅବହେଳା ଦିନକୁ ଦିନ ଅତ୍ୟନ୍ତ ନିନ୍ଦନୀୟ ହେବାକୁ ଦେଖାଦେଇଛି।ଏହି ପୀଠରେ ଶିବଗଙ୍ଗା ପୁଷ୍କରିଣୀ ର ସୌନ୍ଦର୍ଯ୍ୟ ନିମନ୍ତେ୬୭ ଲକ୍ଷ୍ୟ ଟଙ୍କା ରେ ଏହି କାମକରିଥିଲା ଡ୍ରେନେଜ ବିଭାଗ ହେଲେ ଯାହା ଛଅ ମାସ ଲାଗିବା କଥା ହେଲେ ୧ବର୍ଷ ରୁ ଉର୍ଦ୍ଧ୍ବ ହେବ କାମ ଶେଷ ହେଉନାହିଁ।
ସରକାର ପର୍ଯ୍ୟଟନ ପୀଠ ର ବିକାଶ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାହା ଠିକ ଭାବେ କାର୍ୟ୍ଯକାରୀ ହୋଇପାରୁନାହିଁ ।ଚଳିତବର୍ଷ ମହାଶିବରାତ୍ରି ରେ ବହୁ ମାନସିକ ଧାରୀ ଶିବ ଗଙ୍ଗା ପୁଷ୍କରିଣୀ ଗାଧୋଇବା ପାଇଁ ମନବଳାଇ ଥିଲେ ମଧ୍ୟ ଦୂଷିତ ପାଣି କୁ ଦେଖି ଟିଅଲ ପାଣିରେ ଗାଧୋଇ ଥିଲେ। ଅନ୍ୟ ପକ୍ଷରେ ସେବାୟତ ମାନେ ବାବାଙ୍କ ଦୈନନ୍ଦିନ ନୀତି ପୂଜା ଲାଗି ପୁଷ୍କରିଣୀ ଜଳ ପରିବର୍ତ୍ତେ ଟିଅଲ ପାଣି ରେ ଚାଲିଛି ନୀତି ପୂଜା। ଆଖଣ୍ଡଳମଣି ପୀଠରେ ବିକାଶ ଲାଗି ଅର୍ଥ ଆସୁଛି ହେଲେ କିଛି ପ୍ରଭାବ ସାଳି ବ୍ୟକ୍ତି ଏହି ଅର୍ଥ କୁ ଦୁରୂପଯୋଗ କରୁଛନ୍ତି ।ତା ହା ତଦନ୍ତ ହେବା ଦରକାର ବୋଲି ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି।