ସରପଞ୍ଚ ଓ ଓକିଲଙ୍କୁ ତହସିଲଦାରଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ତହସିଲ ଘେରାଉ

Straight to the Point

ଜଗତସିଂହପୁର,(ଓଡିଶା ଜର୍ଣ୍ଣାଲ): ସରପଂଚ ଏବଂ ଓକିଲଙ୍କୁ ତହସିଲ ଦାରଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଆଜି ଶହ ଶହ ପୁରୁଷ ମହିଳା ଏବଂ ପଂଚାୟତ ପ୍ରତିନିଧିମାନଙ୍କ ଦ୍ୱାରା ତହସିଲ ଘେରାଉ କରାଯାଇଛି । ଘଟଣାରୁ ପ୍ରକାଶ,ଆଜି ଦିନ ୧୨ଟା ସମୟରେ ରଘୁନାଥପୁର ସରପଂଚ ପ୍ରମୋଦ କୁମାର ଜେନା ଏକ କାର୍ଯ୍ୟରେ ରଘୁନାଥପୁର ତହସିଲଦାରଙ୍କ ନିକଟକୁ ଯାଇଥିଲେ । ତହସିଲଦାର ଦେବାଶିଷ ପାତ୍ର ହଠାତ୍ ସରପଂଚ ଦୁର୍ବ୍ୟବହାର କରିବା ସହିତ ଅଫିସରୁ ଶୀଘ୍ର ବାହାରିଯିବାକୁ ନିର୍ଦେଶ ଦେଇଥିଲେ । ଯାହାଫଳରେ ଜଣେ ନିର୍ବାଚିତ ଲୋକପ୍ରତିନିଧିଙ୍କୁ ଜଣେ ସରକାରୀ ଅଧିକାରୀ ଏଭଳି ବ୍ୟବହାର ସରପଂଚଙ୍କ ସମ୍ମାନରେ ଆଂଚ ଆସିଛି । ଜଣେ ଲୋକ ପ୍ରତିନିଧିଙ୍କୁ ଯଦି ତହସିଲ ଏଭଳି ବ୍ୟବହାର କରନ୍ତି ତେବେ ସାଧାରଣ ଲୋକ ତହସିଲଦାରଙ୍କ ଠାରୁ କି ବ୍ୟବହାର ପାଇବେ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ସେହିପରି ଆଜି ଦିନ ୧୧ଟା ସମୟରେ ରଘୁନାଥପୁରର ଜଣେ ଆଇନଜୀବୀ ନିମାଇଁ ଚରଣ ଦାସ ଏକ ସତ୍ୟପାଠ ନିମନ୍ତେ ରଘୁନାଥପୁର ତହସିଲଦାର ଶ୍ରୀ ପ।।ତ୍ରଙ୍କ ନିକଟକୁ ଯାଇଥିଲେ । ତାଙ୍କୁ ମଧ୍ୟ ତହସିଲଦାର ଶ୍ରୀ ପାତ୍ର ନନସେନ୍ସ ଗେଟ ଆଉଟ କହିଥିଲେ । ଜଣେ ଆଇନଜୀବୀଙ୍କୁ ତହସିଲଦାର ସମସ୍ତଙ୍କ ସମ୍ମୁଖରେ ଏଭଳି ଦୁର୍ବ୍ୟବହାର କରିବା ଅ।।ଇନଜୀବୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସୂଚନାଯୋଗ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସରକାରୀ ଅଫିସରମାନେ ଲୋକମାନଙ୍କ ନିକଟକୁ ଯାଇ ସେମାନଙ୍କର ଆପତ୍ତି ଅଭିଯୋଗ ଶୁଣି ତୁରନ୍ତ ସେମାନଙ୍କୁ ନ୍ୟାୟ ଦେବା ସହ ସେମାନଙ୍କର ଆସ୍ତାଭାଜନ ଓ ପ୍ରଶାସନ ଲୋକଙ୍କ ନିକଟତର ହେବାକୁ ନିର୍ଦେଶ ଦେଇଥିବା ବେଳେ ରଘୁନାଥପୁର ତହସିଲଦାର ସରକାରଙ୍କର ଏହି ନିର୍ଦେଶନାମାକୁ ବେଖାତିର କରି ଲୋକପ୍ରତିନିଧି , ଆଇନଜୀବୀ ଓ ସାଧାରଣ ଲୋକଙ୍କୁ ଦୁର୍ବ୍ୟବହାର କରିବା ଏହା କେତେଦୂର ଯୁକ୍ତିଯୂକ୍ତ । ଏହାକୁ ନେଇ ରଘୁନାଥପୁର ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ଏହାର ପ୍ରତିବାଦରେ ଆଜି ରଘୁନାଥପୁର ତହସିଲ କାର୍ଯ୍ୟାଳାୟ ସମ୍ମୁଖରେ ବିଜେଡି ଜିଲ୍ଲା ଉପସଭାପତି ସରୋଜକାନ୍ତ ସ୍ୱାଇଁଙ୍କ ନେତୃତ୍ୱରେ ସରପଂଚ ପ୍ରମୋଦ କୁମାର ଜେନା , ସମିତିସଭ୍ୟ ମହେମୁଦ ବେଗ , ସରପଂଚ ଶେଷଦେବ ସେଠୀ , ସରପଂଚ କବିତା ନାୟକ , ସରପଂଚ ଅଭିମନ୍ୟୁ ନାୟକ , ସରପଂଚ ସରୋଜକୁମାର ଦାସ , ହେମନ୍ତ କୁମାର ସାହୁ , ଆଇନଜୀବୀ ନିମାଇଁ ଦାସ , ଶୈଳବାଳା ସାହୁ , ଉର୍ମିଳା ସାହାଣୀ , କବିତା ସେନାପତି , ଲକ୍ଷ୍ମିପ୍ରିୟା ମହାପାତ୍ର , ପ୍ରମିଳା ଦାସ , ଶଶ୍ମିତା ସେଠୀ , ଅନୂପମା ସାହୁ , ରିତା ସାହୁ , ଶୈଳବାଳା ସେନାପତି , ସୁମିତ୍ରା ସେଠୀ , ଅଂଜନା ସାହୁ , ସୁମିତ୍ରା ସାହୁ , ବୁନ୍ଦାବନ ଦାସ , ଛବିତା ମହାନ୍ତି , ଗୀତା ସେଠୀ , ବିଜୁନା ସେଠୀ , ଅଂଜନା ସେଠୀ , ତୃଷ୍ଣା ମାଝୀ , ସୁଦର୍ଶନ ନାୟକ , ସୁବାସ ଚନ୍ଦ୍ର ଦାସ , ମିଟୁ ସାହୁ , ସଂଜୟ ନାୟକ , ପ୍ରଶାନ୍ତ ରାଉତ , ଭରତ ସାହୁ , ଅନ୍ନପୂର୍ଣ୍ଣା ସାହୁ , ରେଣୁ ବେହେରା , ଶଶ୍ମିତା ପୋଥାଳ , ଦୀପା ଦାସ , ମୁନି ବେହେରା , ଗାୟତ୍ରୀ ବେହେରା ପ୍ରମୁଖ ଶତାଧିକ ମହିଳା ଓ ପୁରୁଷମାନେ ତହସିଲ କାର୍ଯ୍ୟାଳାୟକୁ ଘେରାଉ କରିବା ସହିତ ତହସିଲଦାରଙ୍କୁ ତୁରନ୍ତ ବଦଳି କରିବାପାଇଁ ଦାବି କରିଛନ୍ତି ।

ଖବରପାଇ ତିର୍ତୋଲ ଏସଡିପିଓ ଦୀପକ ରଂଜନ ଜେନା , ରଘୁନାଥପୁର ଆଇଆଇସି ବବିତା ଦଳାଇ , ତିର୍ତୋଲ ଆଇଆଇସି କେପି ମିଶ୍ର ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହି ଆଇନଶୃଙ୍ଖଳା ରକ୍ଷା କରିଥିଲେ । ଶେଷରେ ଅତିରିକ୍ତ ତହସିଲଦାର ମାନସ କୁମାର ତ୍ରିପାଠୀ ଆନ୍ଦୋଳନ କାରିଙ୍କ ନିକଟରେ ପହଂଚି ଏଭଳି ଭୂଲ ଆଉ ହେବ ନାହିଁ ବୋଲି ପ୍ରତିଶୃତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

error: Thank You Keep Visiting