ମାଘିମେଳା ପଡିଆରେ ଆଗାମୀ ଓଡିଶା ପକ୍ଷରୁ ସ୍ୱଛଭାରତ କାର୍ଯ୍ୟକ୍ରମ

Straight to the Point

ଜଗତସିଂହପୁର,(ଓଡିଶା ଜର୍ଣ୍ଣାଲ): ରଘୁନାଥପୁର ମାଘିମେଳା ପଡିଆରେ ଜାତୀୟ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶା ଏବଂ ମାଘିମେଳା କମିଟି ପକ୍ଷରୁ ଆଜି ସ୍ୱଛଭାରତ କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରକାଶ ଥାଉକି , ମାଘିମେଳା ପଡିଆରେ ଦୀର୍ଘ ୧୨ଦିନ ଧରି ଚାଲିଥିବା ମାଘ ମହୋତ୍ସବରେ ୧୦ଲକ୍ଷ ଲୋକ ଏହି ପଡିଆରେ ସମାବେଶ ହୋଇଥିଲେ । ଏହି ମାଘମେଳା ଉତ୍ସବରେ ୧ହଜାରରୁ ଉଦ୍ଧ୍ୱର୍ ଛୋଟ ବଡ ଉଠା ଦୋକାନ ଖୋଲାଯାଇଥିଲା । ଏହି ୧୨ଦିନ ଧରି ଉତ୍ସବରେ ମାଘିମେଳା ପଡିଆ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇଥିଲା । ମାଘମେଳା ଉତ୍ସବ ଶେଷ ହେବା ପରେ ଆଗାମୀ ଓଡିଶା ପକ୍ଷରୁ ୪୦ଉଦ୍ଧ୍ୱର୍ ସଦସ୍ୟ ଏହି ମାଘିମେଳା ପଡିଆକୁ ସଫେଇ କରିଥିଲେ ।

ଏଥିରେ ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ୱାଇଁ , ବିସି କଲେଜର ପୂର୍ବତନ ଅଧ୍ୟକ୍ଷ ରମାରଂଜନ ସ୍ୱାଇଁ , ମାନସ ଅଧ୍ୟାପକ ଶରତ କୁମାର ରାଉତରାୟ , ଶିକ୍ଷାବିତ ପ୍ୟାରୀମୋହନ ପଟ୍ଟନାୟକ , ମାଧ୍ୟମିକ ଶିକ୍ଷା ପରିଷଦ ପୂର୍ବତନ ଡେପୁଟି ସେକ୍ରେଟେରୀ ରବିନ୍ଦ୍ର କୁମାର ମହାପାତ୍ର , ଅଧ୍ୟାପକ ଆଶିଷ କୁମାର ଚକ୍ରବର୍ତ୍ତୀ , ସମାଜସେବୀ ଅଶୋକ କୁମାର ଦାସ , ପଣ୍ଡିତ ଶ୍ରୀବତ୍ସ ଦାସ ମହାପାତ୍ର , ପଣ୍ଡିତ ନିରଂଜନ ଦାସ , ପଣ୍ଡିତ ପ୍ରଭାତ କିରଣ ମିଶ୍ର , ଏସଏଏନ କଲେଜର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ , ବିଜୟ କୁମାର ପରିଡା , ସନ୍ତୋଷ କୁମାର ପଣ୍ଡା , ରାଜ୍ୟଶିକ୍ଷକ ନେତା ଜୟପ୍ରକାଶ ପଣ୍ଡା , ଜିଲ୍ଲା ଶିକ୍ଷକନେତା ନିମଳେନ୍ଦୁ ସୋମ , ଦେବେଶ କୁମାର ସେନାପତି , ଜଗନ୍ନାଥ ଦାସ , ପ୍ରଭାକର ରାଉତ , ବାବୁଲି ଦାସ , ଆଲୋକ କୁମାର ସେନାପତି , ନିର୍ମଳ ରାଉତ , ସାମ୍ବାଦିକ କଲ୍ୟାଣ ସେନ , ଦିପ୍ତୀରଂଜନ ଦାସ , ଅରିକ୍ଷିତ ମଲ୍ଲିକ , ମଙ୍ଗଳଧର ଦାସ , ରାଜକିଶୈାର ଦାସ , ପ୍ରିୟନାଥ ମହାପାତ୍ର , ଲକ୍ଷ୍ମୀପ୍ରିୟା ନୋପତି ପ୍ରମୁଖ ଏହି ସ୍ୱଛ ଭାରତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

error: Thank You Keep Visiting