ଅଜଣା ଶିଶୁଙ୍କ ସୁରକ୍ଷା ଓ ସହେଯାଗ ନିମନ୍ତେ ଜିଲ୍ଲାସ୍ତରୀୟ କର୍ମଶାଳା

Straight to the Point

ଜଗତସିଂହପୁର,(ଓଡିଶା ଜର୍ଣ୍ଣାଲ): ଜଗତସିଂହପୁର ଜିଲ୍ଲାର ସ୍ୱେଚ୍ଛାସେବୀ ସଂଗଠନ ଉତ୍ସର୍ଗ ଆନୁକୂଲ୍ୟରେ ଓ କାର୍ଡ ଭୁବନେଶ୍ୱର ସହାୟତାରେ ବିରିଡି ଜ୍ୟୋତି ଫେଡେରେସନ ହଲରେ ଅଜଣା ଗନ୍ତବ୍ୟ ,ଘୁରିବୁଲୁଥିବା ଓ ସ୍ଥାନାନ୍ତରିତ ହୋଇଥିବା ଶିଶୁଙ୍କ ସୁରକ୍ଷା ଓ ସହଯୋଗ ନିମନ୍ତେ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ତତ୍ ସହିତ ଶିଶୁ ସୁରକ୍ଷା ଆଇନ୍ ସଂକ୍ରାନ୍ତିୟ ବିଭାଗୀୟ ଅଧିକାରୀଙ୍କ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି କର୍ମଶାଳାକୁ ମୁଖ୍ୟଅତିଥି ଭାବେ ବିରିଡି ତହସିଲର ଅତିରିକ୍ତ ତହସିଲଦାର ସୌମ୍ୟା ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିଶୁମଙ୍ଗଳ କମିଟିର ସଦସ୍ୟ ଉତ୍କଳରଂଜନ ମହାନ୍ତି ଯୋଗଦେଇ କହିଥିଲେ ଦାରିଦ୍ର‌୍ୟ ସୀମାରେଖା ତଳେôତବା ସମସ୍ତ ଶିଶୁ କୌଣସି ନିର୍ଦ୍ଧିଷ୍ଟ ପନ୍ଥାନପାଇ ନିଖୋଜ ହେଉଥିବା ଶିଶୁ ଯୌନ ନିର୍ଯ୍ୟାତିତ ଶିଶୁ ଏବଂ ସର୍ବୋପରି ବିଭିନ୍ନ କ୍ଷେତ୍ରରେ ଅବହେଳିତ ହେଉଥିବା ତଥା ନିଷ୍ପେଷିତ ପଥଭ୍ରଷ୍ଟ ଶିଶୁ ମାନଙ୍କୁ ଚିହ୍ନଟଓ ସେମାନଙ୍କ ଥଇଥାନ ଦିଗରେ ଆଲୋକପାତ କରିଥିଲେ ।

ଅନ୍ୟତମ ଅତିଥିଭାବେ ଅର୍ଥପ୍ରଶାସନିକା ଇତିଶ୍ରୀ ବେହେରା ,ମିଶନଶକ୍ତିର ସଂଯୋଜକ ବିଜୟ କୁମାର ରଣା ,ଜ୍ୟୋତିଫେଡେରେସନ୍ର ସଭାନେତ୍ରୀ ସବିତା ଦାସ,ମହିଳା ସୁପରଭାଇଜର ଧନେଶ୍ୱରୀ ନାୟକ,ରମଣୀ ଲାକ୍ରା,ପ୍ରତିମା ସ୍ୱାଇଁ ଯୋଗଦେଇ ଶିଶୁ ଅôଦକାର ,ସରକାରୀ ପ୍ରକଳ୍ପରେ ସେମାନଙ୍କପାଇଁ ବୂବସ୍ଥା,ଶିଶୁ ସ୍ୱାସ୍ଥ୍ୟ ଓ ପରିମଳ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉତ୍ସବର ସଭ୍ୟସଂପାଦିକା ଲକ୍ଷ୍ମୀପ୍ରିୟା ନାୟକ ପରି·ଳନା କରିବା ସହିତ ଇଟାଭାଟି ରେ କାମକରୁଥିବା ପିଲାଙ୍କ ଆଲୋଚନା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ସଂପର୍କରେ ସୂଚନା ଦେଇଥିଲେ । ଶେଷରେ ପଙ୍କଜୀନୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱୟଂସହାୟିକା ଗୋଷ୍ଠି,ଆଶା,ଅଙ୍ଗନୱାଡି କର୍ମୀ ପ୍ରମୁଖ ଶତାଧିକ ମହିଳା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

error: Thank You Keep Visiting