ଜଗତସିଂହପୁର ଉପଖଣ୍ଡ ଆରକ୍ଷୀ ନୂତନ କାର୍ଯ୍ୟାଳୟର ନୂତନ ଆବାସିକ ଗୃହ ଉଦ୍ଘାଟନ

Straight to the Point

ଜଗତସିଂହପୁର,(ଓଡିଶା ଜର୍ଣ୍ଣାଲ): ଜଗତସିଂହପୁର ଥାନା ପରିସରରେ ଉପଖଣ୍ଡ ଅ।।ରକ୍ଷୀ ଅଧିକାରୀଙ୍କ ନୂତନ କାର୍ଯ୍ୟାଳୟର ନୂତନ ଆବାସିକ ଗୃହ ଶୁଭଉଦ୍ଘାଟନ ହୋଇଯାଇଛି । ଏହି ଉଦ୍ଘାଟନ ଏତ୍ସବରେ ମୁଖ୍ୟଅତିଥିଭାବେ ସେଣ୍ଟ୍ରାଲ ରେଞ୍ଜର ଆଇ.ଜି.ପି ସୌମେନ୍ଦ୍ର କୁମାର ପ୍ରିୟଦର୍ଶି ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।ଏହିକାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଧା ସିଂ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଶ୍ୱନାଥ ମିଶ୍ର, ଏସଡିପିଓ ପ୍ରକାଶ ଚନ୍ଦ୍ର ପାଲ,ଆର.ଆଇ.ଏସ.ଏନ.ଜେନା,ସଦରଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ଯୋଗଦେଇଥିଲେ । ନୂତନ ଗୃହ ଉଦ୍ଘାଟନୀ ଅବସରରେ ଆଇଜି ଶ୍ରୀ ପ୍ରିୟଦର୍ଶି କହିଥିଲେ ଆମେ ପୁରୁଣା ଘରେ ଥିଲୁ ଏବେ ନୂତନ ଗୃହକୁ ଆସିଲୁ ପରିବେଶ ସୁସ୍ଥ ରହିଲେ ସେବାମଧ୍ୟ ଆଗେବ ।ଆଗାମୀ ସାଧାରଣ ନିର୍ବାଚନ ଆସୁଥିବାରୁ ଆମେ କିପରି ସଂପୂର୍ଣ୍ଣ ଅବାଧ ନିରପେକ୍ଷ ନିର୍ବାଚନ ହେବ ସେଥିପ୍ରତି ପୋଲିସ ବିଭାଗ ଯତ୍ନବାନ ଅଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ମାନେ ଯୋଗଦେଇଥିଲେ ।

error: Thank You Keep Visiting