ଆନ୍ତର୍ଜାତିକ ମହିଳା ଦିବସ ପାଳିତ

Straight to the Point

ଜଗତସିଂହପୁର,(ଓଡିଶା ଜର୍ଣ୍ଣାଲ): ସ୍ଥାନୀୟ ଟାଉନହଲଠାରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି ଯୋଗଦେଇ କହିଲେ ମାର୍ଚ୍ଚା ୮ତାରିଖରେ ସାରା ବିଶ୍ୱରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରାଯାଉଛି । ପାଶ୍ଚାତ ଦେଶରେ ପୁରୁଷ ଓ ମହିଳା ଭୀତରେ କୌଣସି ପାର୍ଥକ୍ୟ ନଥାଏ । ମହିଳାମାନେ ସାମାଜିକ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ପରିବାରକୁ ସୁଦୃଢ କରୁଛନ୍ତି । ଯେଉଁ ଦେଶର ନାରୀ ଯେତେ ସୁରକ୍ଷୀତ ସେ ଦେଶ ସେତେ ସୁଦୃଢ । ମହିଳାମାନେ ଅତ୍ୟନ୍ତ ସହନଶୀଳ ଅସୀଢ଼ ଧୈର୍ଯ୍ୟର ଅଧିକାରୀ ଅଟନ୍ତି । ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷା ବିଶେଶ୍ୱରୀ ମହାନ୍ତି କହିଲେ ଆଇନରେ ମହିଳା ମାନଙ୍କ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ରହିଛି । ଏହାର ସଦୁପଯୋଗ କରିବାକୁ ଆହ୍ୱାନ ଦେଇଥିଲେ ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କାହ୍ନୁ ଚରଣ ରାଉତ ଯୋଗଦେଇ ବାଲ୍ୟ ବିବାହ ଆଇନ ଓ ପୋସ୍କୋ ଆକ୍ଟ ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଜୟନ୍ତୀ ବେହେରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶିଶୁ ମଙ୍ଗଳ କମିଟିର ସଦସ୍ୟା ତିଳୋତ୍ତମା ଦାଶ,ଉପପରି·ଳକ ଶିଶୁ ସ୍ୱାସ୍ଥ୍ୟ ଓ ପ୍ରଜନନ ସୁକାନ୍ତ କୁମାର ପ୍ରଧାନ ଯୋଗଦେଇ ମହିଳାମାନଙ୍କ ଅଧିକାର ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ସହକାରୀ ଜିଲ୍ଲାପାଳ ବିନିତା ଦାଶ ଉପସ୍ଥିତ ରହି ଇଭିଏମ ଭିଭିପାଟ ପ୍ରଚଳନ ସଂପର୍କରେ ମହିଳାମାନଙ୍କୁ ସଚେତନ କରାଇବା ସହିତ ଡେମୋ ପ୍ରଦର୍ଶିତ କରାଇଥିଲେ । ଶେଷରେ ଜିଲ୍ଲା ମିଶନ ଶକ୍ତିର ସଂଯୋଜକ ଧନ୍ୟବାଦ ଦେଇଥିଲେ । ରାଧାକୃଷ୍ଣ କ୍ଲବର ପୂର୍ଣ୍ଣ ଚନ୍ଦ୍ର ମଲ୍ଲ ସଭା ପରି·ଳନା କରିଥିଲେ ।

error: Thank You Keep Visiting