ଆବାସ ଓ କାଳିଆ ଯୋଜନାରୁ ବଞ୍ଚିତ ଛେନୁ ବେହେରା

Straight to the Point

ଜଗତସିଂହପୁର,(ଓଡିଶା ଜର୍ଣ୍ଣାଲ): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା ଘୋଷଣା କରିଚାଲିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ବିଜୁପକ୍କା ଗୃହ , ଇନ୍ଦିରା ଆବାସ ଯୋଜନାରେ ଗରିବ , ଚାଳଛପର ,ଝାଟିମାଟି ଘରେ ରହୁଥିବା ଲୋକମାନଙ୍କୁ ଯୋଗାଇ ଦେବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ ମଧ୍ୟ କିଶନନଗର ତହସିଲ ଅନ୍ତର୍ଗତ ମାଣପୁର ଗ୍ରାମର ୧ନଂ ୱାର୍ଡର ପରେ ମହେଶ୍ୱର ବେହେରାଙ୍କ ସ୍ତ୍ରୀ ଛେନୁ ବେହେରା ଏହି ଯୋଜନାରୁ ବଂଚିତ ହୋଇଛି । ଛେନୁ ବେହେରା ତାଙ୍କ ସ୍ୱାମୀ ମହେଶ୍ୱର ବେହେରା ଓ ୨ପୁଅଙ୍କୁ ନେଇ ଏକ ଭଙ୍ଗା ଦଦରା ଝାଟିମାଟି କୁଡିଆ ଛଣଛପର ବିପଦପୂର୍ଣ୍ଣ ଘରେ ଅନ୍ୟର ମୂଲ ଲାଗି ଜୀବନ ବହୁକଷ୍ଟରେ ଅର୍ଦ୍ଧାହାରରେ ଜୀବନ ଅତିବାହିତ କରୁଅଛନ୍ତି ।

ମହେଶ୍ୱରଙ୍କୁ ବାଧକ୍ୟ ଭତ୍ତା ଟିଏ ମଧ୍ୟ ଦିଆଯାଉନାହିଁ । ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ବାଧକ୍ୟ ଭତ୍ତା ଦିଆଯାଉନାହିଁ । କାଳିଆ ଯୋଜନାରେ ମହେଶ୍ୱରଙ୍କୁ ସହାୟତା ଯୋଗାଇ ଦିଆଯାଉନାହିଁ । ମହେଶ୍ୱର ଅନ୍ୟର ମୁଲ ଲାଗି ବହୁକଷ୍ଟରେ ପରିବାରର ଭରଣ ପୋଷଣ କରୁଅଛନ୍ତି । ମହେଶ୍ୱର ଓ ଛେନୁ ବେହେରା ରହୁଥିବା କୁଡିଆ ଝାଟିମାଟି ଘରର କାନ୍ଥ ଫାଟି ଯାଇ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । କେଉଁ ମୂନୁର୍ତ୍ତରେ ଏହି ଘରର କାନ୍ଥ ପଡି ପରିବାର ଲୋକଙ୍କର ଜୀବନ ହାନି ଘଟିବ ତାହା କହି ହେବ ନାହିଁ । ଇନ୍ଦିରାଆବାସ ଟିଏ ପାଇବାପାଇଁ ପଂଚାୟତ କାର୍ଯ୍ୟାଳୟକୁ ସରପଂଚ ନିକଟକୁ ଦୌଡି ଦୌଡି ହତାଶ ହୋଇ ନିଜର ଭାଗ୍ୟକୁ ଆଦରି ଭଙ୍ଗା କୁଡିଆଘରେ ଜୀବନ ବିତାଉଛନ୍ତି । ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଛେନୁ ବେହେରା ପରିବାରଙ୍କୁ ଏକ ଆବାସ ଯୋଗାଇ ଦେବାକୁ ଏ ଅଂଚଳର ଜନସାଧାରଣ ଦାବି କରିଛନ୍ତି ।

error: Thank You Keep Visiting