୨୨ବର୍ଷ ପରେ ମଧ୍ୟ ବିଧବା ଗୁରୁବାରି ଭତ୍ତା ପାଇବାରୁ ବଞ୍ଚିତ

Straight to the Point

ଜଗତସିଂହପୁର,(ଓଡିଶା ଜର୍ଣ୍ଣାଲ): ବିଧବା ଲୋକମାନଙ୍କୁ ତୁରନ୍ତ ବିଧବା ଭତ୍ତା ଯୋଗାଇଦେବାକୁ ସରକାର ନିର୍ଦେଶ ଦେଇଥିଲେ ମଧ୍ୟ ଉକ୍ତ ନିର୍ଦେଶକୁ ପଂଚାୟତ ସ୍ତରରେ ମାନୁନଥିବା ଦେଖିବାକୁ ମିଳିଛି । କିଶନନଗର ତହସିଲ ଅନ୍ତର୍ଗତ ମାଣପୁର ଗ୍ରା.ପ.ର ମାଣପୁର ୧ନଂ ୱାର୍ଡର ଶଙ୍କର ବେହେରା ଆଜକୁ ୨୨ବର୍ଷ ପୂର୍ବେ ମୃତ୍ୟୁବରଣ କରିଛନ୍ତି । ଶଙ୍କର ମୃତ୍ୟୁବରଣ କରିବାର ୨୨ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ବିଧବା ଗୁରୁବାରି ବେହେରା ବିଧବା ଭତ୍ତା ଟିଏ ପାଇବା ପାଇଁ ୨୨ବର୍ଷ ହେଲା ଦରଖାସ୍ତ ବାରମ୍ବାର ଦେଇ ବହୁ ନେତା ଅଫିସର , ସରପଂଚଙ୍କ ପାଖକୁ ଦୌଡି ଦୌଡି ନିରାଶ ହୋଇ ନିଜର ଭାଗ୍ୟକୁ ଆଦରି ମୃତ୍ୟୁ ଅପେକ୍ଷାରେ ରହିଛନ୍ତି ।

ବିଧବା ଗୁରୁବାରି ବେହେରାଙ୍କ ବତର୍୍ମାନ ବୟସ ଶହେ ବର୍ଷ । ସେ ୨୨ବର୍ଷ ହେଲା ବିଧବା ଭତ୍ତା ପାଇବାପାଇଁ ଦରଖାସ୍ତ କରି ଆସୁଛନ୍ତି ।ଶହେ ବର୍ଷର ବିଧବା ଗୁରୁବାରିଙ୍କୁ ବିଧବା ଭତ୍ତା ଟିଏ ନ ଦିଆଯିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ବହୁ ଧନୀ ସ୍ୱଛଳ ବର୍ଗର ଲୋକଙ୍କୁ ବାଧର୍କ୍ୟ ଓ ବିଧବା ଭତ୍ତା ଯୋଗାଇ ଦିଆଯାଉଥିଲେ ମଧ୍ୟ ଗରିବ ବିଧବା ଗୁରୁବାରିଙ୍କୁ ବିଧବା ଭତ୍ତା ଟିଏ ଦିଆଯାଉନାହିଁ । ଗରିବ ବିଧବା ଗୁରୁବାରି ଭାଗ୍ୟକୁ ଆଦରି ଦୁଃଖରେ ପଡିରହିଛନ୍ତି । ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ତୁରନ୍ତ ଗୁରୁବାରିଙ୍କୁ ବିଧବା ଭତ୍ତା ଯୋଗାଇ ଦେବାକୁ ଏ ଅଂଚଳର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ।

error: Thank You Keep Visiting