ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ବନ୍ଧୁମିଳନ ନାଁରେ ରାଜନୈତିକ ସମ୍ମିଳନୀ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ନିର୍ବାଚନ ଯେତିକି ପାଖେଇ ଆସୁଛି ଜଗତସିଂହପୁର ବିଜୁଜନତାଦଳର ଆଶାୟୀ ପ୍ରାର୍ଥୀଙ୍କ ବୈଠକ ଅଧିକରୁ ଅଧିକ ବଢି·ଲିଛି । ଆଜି ପୌରାଞ୍ଚଳର ଅତାମଳା ଠାରେ ବନ୍ଧୁମିଳନ ନାଁରେ ବିଜେଡି ଆଶାୟୀ ବିଧାନସଭା ପ୍ରାର୍ôଥ ପରିବେଶବିତ୍ ଇଂ ସତ୍ୟବାଦୀ ମିଶ୍ର ଏକ ରାଜନୈତିକ ସମ୍ମିଳନୀ କରିଥିବା ଜଣାପଡିଛି । ଏହି ସମ୍ମିଳନୀରେ ଏକ ହଜାରରୁ ଉଦ୍ଧ୍ୱର୍ ପୁରୁଷ ଓ ମହିଳା ଯୋଗଦେଇଥିଲେ । ଇଂ ସତ୍ୟବାଦୀ ମିଶ୍ର ତାଙ୍କ ବକ୍ତବ୍ୟରେ କହିଥିଲେ ଯଦି ମୁଁ ବିଜେଡି ଦଳରୁ ବିଧାୟକ ଟିକେଟ ପାଏ ନିଶ୍ଚୟ ବିଜୟ ଲାଭ କରିବା ସହିତ ଆମ ଆଞ୍ଚଳର ଯୁବକ ଯୁବତୀ ମାନଙ୍କୁ ପାରାଦ୍ୱୀପରେ ·କିରୀ ଦେବି ଏବଂ ମହିଳାମାନେ ଘରେ ବସି ସ୍ୱାବଲମ୍ବି କିପରି ହୋଇପାରିବେ ସେ ବ୍ୟବସ୍ଥା କରିବି ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରିବା ସହିତ ଜଗତସିଂହପୁରକୁ ଏକ ନଂ ରେ ପହଞ୍ଚାଇବାକୁ ବକ୍ତବ୍ୟ ରଖିଥିଲେ ।

ଇଂ ଶ୍ରୀ ମିଶ୍ର ଜଣେ ପରିବେଶବିତ୍ ଭାବେ ଦୀର୍ଘ ୨୨ବର୍ଷ ·କିରି କଲାପରେ ·କିରୀରୁ ଅବ୍ୟାହତ ନେଇ ଏବେ ପରିବେଶ ଉପରେ ସାରା ଭାରତରେ ଉଲ୍ଲେଖନୀୟ କାର୍ଯ୍ୟ କରି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ରାଜ୍ୟପାଳ ଏସକେ ଜମିର,ଓଡିଶା ହାଇକୋର୍ଟ ମୁଖ୍ୟ ବି·ରପତି ଗୋପାଳ ଗୌଡା,ଭି.ଶରଣ,ଶ୍ରୀ ଓଘେଲା,ଶ୍ରୀ ନାଗପା,ନୋବେଲ ପୁରସ୍କାର ପ୍ରାପ୍ତ କୈଳାସ ସତ୍ୟାର୍ôଥ,ସୁପ୍ରୀମ କୋର୍ଟର ବି·ରପତି ଦିପକ ମିଶ୍ରଙ୍କ ଠାରୁ ଉଲ୍ଲେଖନୀୟ ଅବଦାନ ପାଇଁ ପୁରସ୍କୃତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ,ତାଙ୍କ ଭାଇ ପ୍ରେମ ପଟ୍ଟନାୟକ ଓ ଭଉଣୀ ଗୀତା ମେହେଟାଙ୍କ ଏକାନ୍ତ ଅନୁଗତ ବୋଲି ଜଣାପଡିଛି । ଏହି ବନ୍ଧୁ ମିଳନ ସଭାରେ ସାମ୍ବାଦିକ ଚନ୍ଦ୍ର କାନ୍ତ ଦାସ,ଯୁବେନତା ସୋମନାଥ ରାଉତ,ରଂଜିତ୍ ରାଉତରାୟ,ଆଇନଜୀବୀ ଦେବକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting