ଭିଡିଓ କନଫରେନସିଂ ମାଧ୍ୟମରେ ଜଗତସିଂହପୁର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟିତ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆଠାରେ ଭିଡିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଜିଲ୍ଲାର ଦୁଇଟି ପ୍ରକଳ୍ପ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହେବା ସହିତ ଜିଲ୍ଲାପାଳ ମୁଖ୍ୟମନ୍ତ୍ରୀଙ୍କୁ ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରକଳ୍ପ ସଂପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ସାଂସଦ ଡଃ କୂଳମଣୀ ସାମଲ,ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ,ଭିଡିଓ କନଫରେନସିଂ ମାଧ୍ୟମରେ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ଜିଲ୍ଲାର ଭୋକାଞ୍ଜି ମୁଣ୍ଡିଲୋ ମଧ୍ୟରେ ହାଇଲେବୁଲ ବ୍ରିଜ ୩୩କୋଟି ୧୨ଲକ୍ଷ ଟଙ୍କାର ପ୍ରକଳ୍ପ ଓ ମୁଗୁରାନାଳ ବନ୍ଦର(ଦେବୀ ନଦୀ ବାମ ପାଶ୍ୱର୍)ର ଉନନ୍ତିକରଣ ନିମନ୍ତେ ୩୩କୋଟି ୭୮ଲକ୍ଷର ପ୍ରକଳ୍ପ ଭିସି ମାଧ୍ୟମରେ ଶୁଭ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ,ଶତାଧିକ ଜନସାଧାରଣ ଯୋଗଦେଇଥିଲେ ।

error: Thank You Keep Visiting