ନିରଞ୍ଜନଙ୍କୁ ଭଦ୍ରକରେ ଭବ୍ୟ ସ୍ୱାଗତର ମୋଟର ସାଇକେଲ ରାଲି

Straight to the Point

ଭଦ୍ରକ,(ଓଡ଼ିଶା ଜର୍ଣ୍ଣାଲ): ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ବାସୁଦେବପୁର ନିର୍ବାଚନମଣ୍ଡଳୀର ବାଲିମେଦ ଠାରେ ହେବାକୁ ଥିବା ପରିବର୍ତ୍ତନ ସମାବେଶରେ ଯୋଗ ଦେବାକୁ ଆସିବା ଅବସରରେ ଆଜି ଭଦ୍ରକ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ହଜାର ହଜାର କଂଗ୍ରେସ କର୍ମୀଙ୍କ ଉପସ୍ଥିତିରେ ତାଙ୍କୁ ଆରଡି ଛକରେ ଭବ୍ୟ ସ୍ୱାଗତ କରାଯାଇଛି । ତାଙ୍କୁ ସ୍ୱାଗତ କରିବା ଉଦ୍ଦେଶ୍ୟରେ ସ୍ୱାଗତ ତୋରଣ ଠାରେ ଶ୍ରୀ ମହାନ୍ତି, ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ନେତା ସୁବ୍ରତ ଦାସ, ପ୍ରାକ୍ତନ ଭଣ୍ଡାରିପୋଖରୀ ବିଧାୟକ ପଞ୍ଚାନନ ମଣ୍ଡଳ, ପ୍ରାକ୍ତନ ବିଧାୟକ ନରେନ ପଲେଇ, ପ୍ରାକ୍ତନ ସାଂସଦ ମୁରଲୀ ଯେନା, ପ୍ରଦେଶ କଂଗ୍ରେସ ସମ୍ପାଦକ ଗୋଲାମ ମଇଉଦ୍ଦିନ, ଭଦ୍ରକ ବ୍ଳକ କଂଗ୍ରେସ ସଭାପତି ପ୍ରଫୁଲ୍ଲ ସାମଲ, ଜିଲ୍ଲା ଉପସଭାପତି ଅତୁଲ୍ୟ ନାୟକ, ଅସରଫ୍ ଅଲ୍ଲୀ ଖାଁ, ସଂଖ୍ୟାଲଘୁ ସେଲ୍ ଜିଲ୍ଲା ସଭାପତି ସେକ୍ ସମ୍ଦାନୀ, ଜିଲ୍ଲା ସେବାଦଳ ସଭାପତି ସେକ୍ ନଇମ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ପୀତବାସ ଧଳ, ଭଦ୍ରକ ଲୋକସଭା ସୋସିଆଲ ମିଡିଆ ସଂଯୋଜକ ପ୍ରଦ୍ୟୁମ୍ନ ଦାସ, ଭଦ୍ରକ ବିଧାନସଭା ସୋସିଆଲ ମିଡିଆ କୋର୍ଡିନେଟର ଅଭିଳାଷ ପତି, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବଳରାମ ରାଉତ (ଚିଲିକା), ସଂଖ୍ୟାଲଘୁ ନେତା ସେକ ବୁଗ୍ଦାଦ୍, ସେକ ଟିକି, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଏବଂ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ତଥା ପ୍ରଭାରୀ ଆକବର ଅଲ୍ଲୀ, ପଦ୍ମାକର ଗୁରୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।

କାର୍ଯ୍ୟକାରୀ ସଭାପତି ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ଏକ ବିରାଟ ମୋଟର ସାଇକେଲ ରାଲିରେ ଶ୍ରୀ ପଟ୍ଟନାୟକଙ୍କୁ ପାଛୋଟି ନିଆଯାଇ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦେଇ କଚେରୀ ବଜାର, ନୂଆବଜାର, ବାଇପାସ୍ ଛକ ଦେଇ ସରକାର ବାବାଙ୍କ ପବିତ୍ର ଖାନ୍କା ପର୍ଯ୍ୟନ୍ତ ନିଆଯାଇଥିଲା । ସେଠାରେ ଅପେକ୍ଷାରତ କଂଗ୍ରେସର ବରିଷ୍ଠ ନେତା ପ୍ରାକ୍ତନ ସାଂସଦ ଅନନ୍ତ ସେଠୀ, ଟାଉନ କଂଗ୍ରେସ ସଭାପତି ଅବଦୁଲ ମୋକିତ ଖାଁ, ଜିଲ୍ଲା ଉପସଭାପତି ଦିଲିପ ନାୟକ, ନାରୀନେତ୍ରୀ ମିନାକ୍ଷୀ ନାୟକ, ଚାନ୍ଦବାଲି ନିର୍ବର୍ାଚନ ମଣ୍ଡଳୀ ନେତା ଅମିୟ ମହାପାତ୍ର, ସତ୍ୟାନନ୍ଦ ରାଉତ, ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ସ୍ୱାଗତ କରିଥିଲେ । ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ଖାନ୍କା କର୍ମକର୍ତ୍ତାଙ୍କ ତରଫରୁ ସ୍ୱାଗତ କରାଯାଇଥିଲା ।

ସଂଖ୍ୟାଲଘୁ ସମ୍ପ୍ରଦାୟର ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଗହଣରେ ସଭାପତି ଶ୍ରୀ ପଟ୍ଟନାୟକ ପବିତ୍ର ଖାନ୍କା ପରିଦର୍ଶନ କରି ସେଠାରେ ସାନସରକାର ବାବାଙ୍କ ଓ ବଡସରକାର ବାବାଙ୍କ ଉପରେ ଶ୍ରଦ୍ଧାରେ ଚାଦର ଚଢାଇ ପୁଷ୍ପ ଅର୍ପଣ କରିଥିଲେ ଓ ଖାନ୍କା ପରିସରରେ ଥିବା ବାବାଙ୍କ ସଂଗ୍ରହାଳୟ ବୁଲି ଦେଖିଥିଲେ ଓ ବାସୁଦେବପୁର ଅଭିମୁଖେ ଯାତ୍ରା କରିଥିଲେ । ଉକ୍ତ ମୋଟର ସାଇକେଲ ରାଲିକୁ ପ୍ରାକ୍ତନ ସରପଞ୍ଚ ଗୋଲକ ମହାପାତ୍ର, ସଞ୍ଜୟ ଧଳ, ରାଜନ ଲାହା, ସେକ୍ ପାପା, ମନୋଜ ଧଳ, ଶଶୀଭୂଷଣ ଦାସ, ଦୁଃଖୀ ପଣ୍ଡା, ଅପରେଶ ଯେନା, ଯୋଗେନ୍ଦ୍ର ସେଠୀ, ରତ୍ନାକର ପୁହାଣ, ସତ୍ୟ ପୁହାଣ, ପ୍ରଦିପ ନାୟକ (ତପୁ ଭାଇ), ପିଙ୍କୁ ଚକ୍ରବର୍ତ୍ତୀ, ମୁନ୍ନା ପତି, ତାହେର ମହମ୍ମଦ ଖାଁ, ଆଇନଜୀବୀ ସେକ୍ ଜୁଲଫୁକର, ସିରାଜ୍ ଉଦ୍ଦିନ, ମୀର୍ଜା ଏକରାମ, ଅହମ୍ମଦ ସେକ ମଫୋ ପରିଚାଳନା କରିଥିଲେ ।

error: Thank You Keep Visiting