ନିର୍ବାଚନ ତାରିଖ ଘୋଷଣା ଓ ଆଦର୍ଶ ଆଚରଣ ବିଧି ସଂପର୍କୀୟ ଖବରଦାତା ସମ୍ମିଳନୀ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ ଭିସି ରୁମ ଠାରେ ସାଧାରଣ ନିର୍ବାଚନ ତାରିଖ ଘୋଷଣା ଓ ଆଦର୍ଶ ଆଚରଣ ବିଧି ଲାଗୁ ସଂପର୍କରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଗୁହା ପୁନମ ତାପସ କୁମାର ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନିର୍ବାଚନ ତାରିଖ ଓ ଆଦର୍ଶ ଆଚରଣ ବିଧି ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଜଗତସିଂହପୁର ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ୨୯.୪.୨୦୧୯ ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ।

ଏପ୍ରିଲ ୨ତାରିଖରେ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ ୯ତାରିଖରେ ନୋମିନେସନ ଦାଖଲ କରିବାର ଶେଷ ତାରିଖ ରହିଛି । ଏପ୍ରିଲ ୧୦ତାରିଖରେ ପ୍ରାର୍ôଥପତ୍ର ଯାଞ୍ଚ କରାଯିବ । ଏପ୍ରିଲ ୧୨ତାରିଖରେ ପ୍ରାର୍ôଥପତ୍ର ପ୍ରତ୍ୟାହାର ଶେଷ ତାରିଖ ଏବଂ ନିର୍ବାଚନ ଏପ୍ରିଲ ୨୯ତାରିଖରେ ଅନୁଷ୍ଠିତ ହେବ । ମେ ମାସ ୨୩ତାରିଖରେ ଭୋଟ ଗଣନା ଅନୁଷ୍ଠିତ ହେବ । ଆସନ୍ତା ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରାର୍ଥର ମାନଙ୍କର ବ୍ୟୟ ପରି·ଳନା ନିମନ୍ତେ ଅଧିକାରୀମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାର୍ôଥପତ୍ର ଦାଖଲ ସମୟରେ ପ୍ରାର୍ôଥ ମାନଙ୍କର ପ୍ୟାନ ନମ୍ବରକୁ ବାଧ୍ୟତାମୂଳକ କରାଯାଇଛି ।

ଜିଲ୍ଲାପାଳ ସୁବିଧା ଆପ୍ ସିଭିଜିଲ ସଂପର୍କରେ ସୂଚନା ଦେଇଥିଲେ । ସମସ୍ତ ରାଜନୈତିକ ଦଳର ପ୍ରାର୍ôଥ ମାନେ ନିର୍ବାଚନ ଆଦର୍ଶ ଆଚରଣ ବିଧି ପାଳନ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ୨୩୩ଟି ସ୍ପର୍ଶକାତ୍ତର ବୁଥ୍ ବିବେଚନା କରାଯାଇଛି । ସମସ୍ତ ବୁଥ୍ରେ ରାମ୍ପ ବ୍ୟବସ୍ଥା,ବିଦ୍ୟୁତ୍ ସଂଯୋଗ ଓ ପାନୀୟ ଜଳ ଉପଲବ୍ଧ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲାରେ ୩୩ହଜାର ରୁ ଉଦ୍ଧ୍ୱର୍ ଭିନ୍ନକ୍ଷମ ଭୋଟରମାନଙ୍କ ନିମନ୍ତେ ସୁଗମ୍ୟ ଯାନର ବ୍ୟବସ୍ଥା ରହଛି । ଏହି ବୈଠକରେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଡଃ କାହ୍ନୁ ଚରଣ ଧିର,ସହକାରୀ ଜିଲ୍ଲାପାଳ ନିର୍ବାଚନ ବିନୀତା ଦାଶ,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting