ଶାସ୍ତ୍ରୀୟ ଓଡିଆ ଭାଷା ଦିବସ : ଭାଷା ହେଉଛି ଗୋଟିଏ ଜାତିର ପରିଚୟ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ଭାଷା ହେଉଛି ଗୋଟିଏ ଜାତିର ପରିଚୟ, ଭାଷା ହେଉଛି ସାହିତ୍ୟ ସଂସ୍କୃତିର ଆଧାର , ଭାଷା ବଂଚିଲେ ଜାତି,ସାହିତ,ସଂସ୍କୃତି ସୁରକ୍ଷିତ ରହିବ , । ଓଡିଆ ଭାଷା ଓଡିଶାର ମୁଖଶାଳା ବୋଲି ଆଜି ଜାତୀୟ ଭାଷା ସାହିତ୍ୟ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶା ପକ୍ଷରୁ ଜଗତସିଂହପୁର ଜିଲ୍ଲାର ରଘୁନାଥପୁର ସ୍ଥିତ ମହାମô୍ା ଗାନ୍ଧି ସଭାକକ୍ଷରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ସମାରୋହରେ ଆଗାମୀ ଓଡିଶା ସଭାପତି ବିଜୟ କୁମାର ସ୍ୱାଇଁ ଯୋଗଦେଇ ଏହା କହିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଏସ୍ ଏ ଏନ୍ କଲେଜର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ ଯୋଗଦେଇ ଓଡିଆ ଭାଷା ଆଧାରରେ ଭାରତରେ ପ୍ରଥମ ରାଜ୍ୟ ଭାବେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନହୋଇଥିଲା ।

ଓଡିଆ ଭାଷା ସମଗ୍ର ଦେଶରେ ଷଷ୍ଠ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି, ତାହା ଓଡିଶାର ଗର୍ବ ଓ ଗୌରବ । ଏ ସମ୍ପର୍କରେ ଓଡିଆ ଜାତୀ ସଚେତନ ହୋଇ ମାତୃଭାଷାକୁ ଭଲ ପାଇଲେ ଓଡିଆ ଭାଷା ଅମର ହୋଇ ରହିବ । ଏଥିରେ ମୁଖ୍ୟବକ୍ତାଭାବେ ମାନସ ଅଧ୍ୟାପକ ଶରତକୁମାର ରାଉତରାୟ ଯୋଗଦେଇ ସର୍ବଦା ସମ୍ମାନଦେବା ପ୍ରତ୍ୟେକ ନାଗରିକଙ୍କର ପ୍ରଥମ କର୍ତ୍ତବ୍ୟ ଏବଂ ମା ମାଟି ମାତୃଭାଷାକୁ ନିଜର ଆତ୍ମା ଭାବେ ବିବେଚନା କରି କର୍ମମୟ ଜୀବନରେ ଏହାର ପ୍ରୟୋଗ କରିବା ଆବଶ୍ୟକ ।ଏହି ଉତ୍ସବରେ ଉଦ୍ଘାଟକ ଭାବେ ବି.ସି. କେଲେଜ ପୂର୍ବତନ ଅଧ୍ୟକ୍ଷ ରମାରଞ୍ଜନ ସ୍ୱାଇଁ ଯୋଗଦେଇ ଓଡିଆ ଭାଷା ସୁରକ୍ଷିତ ଓ ପ୍ରସାରିତ ହେଲେ ଓଡିଆ ଜାତିର ଉତ୍କର୍ଷ ଓ ପରିଚୟ ସମଗ୍ର ବିଶ୍ୱରେ ରହିବ । ଏଥିରେ ଶିକ୍ଷାବିତ୍ ପ୍ୟାରୀମୋହନ ପଟ୍ଟନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡିଆ ଭାଷାର ଇତିହାସ ଓଡିଆ ସାହିତ୍ୟର ଉତ୍କର୍ଷ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ ଏବଂ ଓଡିଆ ଭାଷାର ପରିସର ବୃଦ୍ଧି କରିବା ପାଇଁ ସରକାର ପଦକ୍ଷେପ ନେବା ଆବଶ୍ୟକ ।

ଓଡିଆ ଜାତି ଏସମ୍ପର୍କରେ ସକ୍ରିୟ ସହଯୋଗ କରିବାକୁ ସେ ଆହ୍ୱାନ ଦେଇଥିଲେ । ଏଥିରେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସୁରେଶ ଚନ୍ଦ୍ର ରାଉତ ପୌରହିତ୍ୟ କରିଥିଲେ । ଏଥିରେ ଅଧ୍ୟାପକ ଆଶିଷ ଚକ୍ରବର୍ତ୍ତି ଯୋଗଦେଇ ବିଦ୍ୟାଳୟ ମାନଙ୍କରେ ଓଡିଆ ଶିକ୍ଷକ ନିଯୁକ୍ତି, ଓଡିଆ ଭାଷାରେ କମ୍ପ୍ୟୁଟର ବ୍ୟବହାର ବୃଦ୍ଧି ଏବଂ ଓଡିଆ ସାହିତ୍ୟକୁ ଦେଶ ବିଦେଶର ଭାଷାରେ ଅନୁବାଦ କରି ପ୍ରଚଳିତ କରିବାକୁ ଆହ୍ୱାନ ଦେଇଥିଲେ ।

ଏଥିରେ ଆଗାମି ଓଡିଶାର ସଦସ୍ୟ ତଥା ପୂର୍ବତନ ବିଆର୍ସିସି ସଦାଶିବ ବିଶ୍ୱାଳ, ସଦସ୍ୟ ଅଧ୍ୟାପକ ଭଗବାନ ବିଶ୍ୱାଳ, ପୂର୍ବତନ ଶିକ୍ଷା ନିରିକ୍ଷକ ନିରଂଜନ ପାତ୍ର, ରାଜ୍ୟଶିକ୍ଷକ ନେତା ଜୟ ପ୍ରକାଶ ପଣ୍ଡା, ଜିଲ୍ଲାଶିକ୍ଷକ ନେତା ନିର୍ମଳେନ୍ଦୁ ସୋମ୍, ପଣ୍ଡିତ ଶ୍ରୀବତ୍ସ ଦାସ ମହାପାତ୍ର , ଶିକ୍ଷକ ନେତା ଦେବାଶିଷ ବେହେରା , ଉମେଶ କୁମାର ନାୟକ , କୁଶ ମଲ୍ଲିକ ,ସହକାରୀ ଶିକ୍ଷୟିତ୍ରୀ ବନଲତା ଆଚାର୍ଯ୍ୟ,ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରାଣକୃଷ୍ଣ ନାୟକ, ସମାଜସେବୀ ବିଜନ ମହାପାତ୍ର, ପଣ୍ଡିତ ବିଜୟ କୁମାର ନାୟକ, ଶିକ୍ଷକ ନେତା ଯଦୁନାଥ ଜେନା, ପ୍ରଦୀପ ନାୟକ ପ୍ରମୁଖ ଯୋଗଦେ ମାତୃଭାଷା ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ ।

ଏଥିରେ ସାମ୍ବାଦିକ କଲ୍ୟାଣ ସେନ୍ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ପଣ୍ଡିତ ପ୍ରଭାତ କିରଣ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ପଣ୍ଡିତ ପ୍ରଭାତ କିରଣ ମିଶ୍ର ଧନ୍ୟବାଦ ଦେଇଥିଲେ । ଏଥି ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗୀତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ଅତିଥିମାନେ ପ୍ରଦାନ କରିଥିଲେ ।

error: Thank You Keep Visiting